ଗତ ୨୪ ଘଣ୍ଟାରେ ୨୫ ଜଣଙ୍କ ପ୍ରାଣ ନେଲା କରୋନା

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୫ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୪୦୩ରେ ପହଞ୍ଚିଛି।

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢି ଚାଲିଛି। ସେହିପରି ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଆଜି ରାଜ୍ୟରେ ମୃତ୍ୟୁ ସଂଖ୍ୟା ରେକର୍ଡ କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୫ ଜଣଙ୍କ ଜୀବନ ନେଇଛି ମହାମାରୀ କରୋନା। ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨,୪୦୩ରେ ପହଞ୍ଚିଛି।

corona death

କଳାହାଣ୍ଡି ଓ ଖୋର୍ଦ୍ଧାରୁ ସର୍ବାଧିକ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳରୁ ୩ ଜଣଙ୍କ ମୃତ୍ୟୁ ହୋଇଛି।ସେହିପରି ଗଞ୍ଜାମ, ରାୟଗଡ଼ା ଓ ସୁନ୍ଦରଗଡ଼ରୁ ୨ ଲେଖାଏଁ କାରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ବାଲେଶ୍ୱର, ବରଗଡ଼, ବଲାଙ୍ଗିର, ବୌଦ୍ଧ, କଟକ, ଢ଼େଙ୍କାନାଳ, କେନ୍ଦୁଝର, ପୁରୀରୁ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି।

ତେବେ ଆଜିର ମୃତକଙ୍କୁ ମିଶାଇଲେ କଳାହାଣ୍ଡି ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୭୬, ଖୋର୍ଦ୍ଧାରେ ୪୨୦କୁ ବୃଦ୍ଧି ପାଇଛି। ସେହପରି ଅନୁଗୁଳରେ ମୃତ୍ୟୁ ସଂଖ୍ୟା ୬୭, ଗଞ୍ଜାମରେ ୨୬୯, ରାୟଗଡାରେ ୯୨, ସୁନ୍ଦରଗଡରେ ୨୩୩, ବାଲେଶ୍ୱରରେ ୧୦୩, ବରଗଡରେ ୪୭, ବଲାଙ୍ଗିରରେ ୫୮, ବୌଦ୍ଧରେ ୨୮, କଟକରେ ୧୫୩, ଢେଙ୍କାନାଳରେ ୩୪, କେନ୍ଦୁଝରରେ ୪୮ ଓ ପୁରୀରେ ୧୪୫ରେ ପହଞ୍ଚିଛି ।

ସୂଚନାଥାଉ କି, ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧ ହଜାର ୪୯୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୪୯୭ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ କଟକରୁ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ୧ ହଜାର ଉପରେ ରହିଛି। କଟକରୁ ୧୧୦୭ ପଜିଟିଭ ଚିହ୍ନଟ ହୋଇଛନ୍ତି।

ସେହିପରି ରାଜ୍ୟରେ ମୋଟ ୧,୧୧,୧୮,୯୮୪ ନମୂନା ପରୀକ୍ଷା ହୋଇଥିବାବେଳେ ୬,୫୫,୮୯୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିପରି ବର୍ତ୍ତମାନ ସୁଦ୍ଧା ୬,୫୫,୮୯୯ ଜଣ ସୁସ୍ଥ ହୋଇ ଫେରିଥିବାବେଳେ ଆକ୍ଟିଭ କେସ ରହିଛି ୧,୦୬,୮୧୨।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+