କରୋନା କୋପ: ୧୦ ଜିଲ୍ଲାରୁ ଗଲା ୧୮ ଜଣଙ୍କ ପ୍ରାଣ, ଅନୁଗୋଳରୁ ସର୍ବାଧିକ
ଗତ 24 ଘଣ୍ଟାରେ ରାଜ୍ୟର 10 ଜିଲ୍ଲାରୁ 18 ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଏନେଇ ସ୍ବାସ୍ଥ୍ଯ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 2215କୁ ବୃଦ୍ଧି ପାଇଛି।
ଭୁବନେଶ୍ୱର: ଗତ 24 ଘଣ୍ଟାରେ ରାଜ୍ୟର 10 ଜିଲ୍ଲାରୁ 18 ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ଏନେଇ ସ୍ବାସ୍ଥ୍ଯ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 2215କୁ ବୃଦ୍ଧି ପାଇଛି।

ତେବେ ମୃତ 18 ଜଣଙ୍କ ମଧ୍ୟରୁ 3 ଜଣ ମହିଳା ରହିଛନ୍ତି। ସେହିପରି ଅନୁଗୋଳ ଜିଲ୍ଲାରୁ ସର୍ବାଧିକ 4 ଜଣଙ୍କ ମୃତ୍ୟୁ ଘଟିଛି । ସେହିପରି ଖୋର୍ଦ୍ଧା ଜିଲ୍ଲାରେ 3 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କଳାହାଣ୍ଡି, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ 2 ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ବୌଦ୍ଧ, ଦେବଗଡ଼, ଗଜପତି, ମାଲକାନଗିରି ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।
Regret to inform the demise of eighteen numbers of Covid positive patients while under treatment in hospitals.
1.A 83 years old male of Angul district.
2.A 65 years old male of Angul district.
3.A 60 years old male of Angul district.
— H & FW Dept Odisha (@HFWOdisha) May 11, 2021
ଆଉ ୪ ଜଣ ପ୍ରାଣ ହରାଇବା ସହିତ ଅନୁଗୋଳ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 47କୁ ବୃଦ୍ଧି ପାଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 392କୁ ବଢ଼ିଥିବା ବେଳେ କଳାହାଣ୍ଡିରେ 60, ରାୟଗଡ଼ାରେ 76 ଓ ସୁନ୍ଦରଗଡ଼ରେ 213 ହୋଇଛି। ତେବେ ମେ' ମାସର ପ୍ରଥମ 10 ଦିନରେ ରାଜ୍ୟରେ କରୋନାରେ 172 ଜଣଙ୍କ ଜୀବନ ଗଲାଣି।












Click it and Unblock the Notifications