For Quick Alerts
Turn On Notification  
For Daily Alerts
Oneindia App Download

ରାଜ୍ୟରେ ଆଉ ୧୦ ଜୀବନ ନେଲା ମହାମାରୀ

ଗତ ୨୪ ଘଣ୍ଟାରେ କରୋନାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ବୌଦ୍ଧରୁ ଜଣେ, ଗଞ୍ଜାମରୁ ଜଣେ, ଖୋର୍ଦ୍ଧାରୁ ଜଣେ, ପୁରୀରୁ ୩ ଜଣ, ରାୟଗଡ଼ାରୁ ୩ ଜଣ, ସୁନ୍ଦରଗଡ଼ରୁ ଜଣେ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨ ହଜାର ୧୭କୁ ବୃଦ୍ଧି ପାଇଛି ।

|

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ମାଡି ଚାଲିଥିବା ବେଳେ ଦୈନିକ ୧୦ରୁ ଅଧିକ ଜୀବନ ନେଉଛି ଭାଇରସ । ଗତ ୨୪ ଘଣ୍ଟାରେ କରୋନାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ବୌଦ୍ଧରୁ ଜଣେ, ଗଞ୍ଜାମରୁ ଜଣେ, ଖୋର୍ଦ୍ଧାରୁ ଜଣେ, ପୁରୀରୁ ୩ ଜଣ, ରାୟଗଡ଼ାରୁ ୩ ଜଣ, ସୁନ୍ଦରଗଡ଼ରୁ ଜଣେ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨ ହଜାର ୧୭କୁ ବୃଦ୍ଧି ପାଇଛି ।

corona death in odisha

ଗୋଟିଏ ମୃତ୍ୟୁ ମିଶାଇ ବୌଦ୍ଧ ଜିଲ୍ଲାରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ସେହିଭଳି ଗଞ୍ଜାମ ଜିଲ୍ଲାରେ ଗୋଟିଏ କୋଭିଡ୍ ମୃତ୍ୟୁକୁ ମିଶାଇ ୨୫୮ରେ ପହଞ୍ଚିଛି । ଜିଲ୍ଲାରେ ଏବେ କରୋନାର ୧୨୩୨ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ଖୋର୍ଦ୍ଧାରେ ଗୋଟିଏ କୋଭିଡ୍ ମୃତ୍ୟୁକୁ ମିଶାଇ ମୃତ୍ୟୁସଂଖ୍ୟା ୩୫୨କୁ ବୃଦ୍ଧି ପାଇଛି ।

ପୁରୀରେ ୩ କୋଭିଡ୍ ମୃତ୍ୟୁକୁ ମିଶାଇ ମୋଟ ମୃତ୍ୟୁସଂଖ୍ୟା ୧୨୩କୁ ବୃଦ୍ଧି ପାଇଥିବା ବେଳେ ଜିଲ୍ଲାରେ ଏବେ ୨୨୧୩ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ରାୟଗଡ଼ାରେ ୩ଟି ମୃତ୍ୟୁ ମାମଲାକୁ ମିଶାଇ ଜିଲ୍ଲାରେ ମୋଟ ମୃତ୍ୟୁସଂଖ୍ୟା ୫୫ରେ ପହଞ୍ଚିଛି । ସେହଭଳି ସୁନ୍ଦରଗଡ଼ ଜିଲ୍ଲାରେ ଗୋଟଏ ମୃତ୍ୟୁକୁ ମିଶାଇ ଜିଲ୍ଲାରେ ମୋଟ ମୃତ୍ୟୁ ୧୮୬କୁ ବୃଦ୍ଧି ପାଇଛି । ଏବେ ଜିଲ୍ଲାରେ ୬ ହଜାର ୩୩୦ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
corona death in odisha: 10 people died in coronavirus
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X