ରାଜ୍ୟରେ ଆଉ ୧୦ ଜୀବନ ନେଲା ମହାମାରୀ

ଗତ ୨୪ ଘଣ୍ଟାରେ କରୋନାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ବୌଦ୍ଧରୁ ଜଣେ, ଗଞ୍ଜାମରୁ ଜଣେ, ଖୋର୍ଦ୍ଧାରୁ ଜଣେ, ପୁରୀରୁ ୩ ଜଣ, ରାୟଗଡ଼ାରୁ ୩ ଜଣ, ସୁନ୍ଦରଗଡ଼ରୁ ଜଣେ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨ ହଜାର ୧୭କୁ ବୃଦ୍ଧି ପାଇଛି ।

ଭୁବନେଶ୍ୱର: ରାଜ୍ୟରେ ମହାମାରୀ କରୋନା ମାଡି ଚାଲିଥିବା ବେଳେ ଦୈନିକ ୧୦ରୁ ଅଧିକ ଜୀବନ ନେଉଛି ଭାଇରସ । ଗତ ୨୪ ଘଣ୍ଟାରେ କରୋନାରେ ୧୦ ଜଣଙ୍କ ମୃତ୍ୟୁ ହୋଇଛି । ବୌଦ୍ଧରୁ ଜଣେ, ଗଞ୍ଜାମରୁ ଜଣେ, ଖୋର୍ଦ୍ଧାରୁ ଜଣେ, ପୁରୀରୁ ୩ ଜଣ, ରାୟଗଡ଼ାରୁ ୩ ଜଣ, ସୁନ୍ଦରଗଡ଼ରୁ ଜଣେ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୨ ହଜାର ୧୭କୁ ବୃଦ୍ଧି ପାଇଛି ।

corona death in odisha

ଗୋଟିଏ ମୃତ୍ୟୁ ମିଶାଇ ବୌଦ୍ଧ ଜିଲ୍ଲାରେ ମୃତ୍ୟୁସଂଖ୍ୟା ୧୩କୁ ବୃଦ୍ଧି ପାଇଛି । ସେହିଭଳି ଗଞ୍ଜାମ ଜିଲ୍ଲାରେ ଗୋଟିଏ କୋଭିଡ୍ ମୃତ୍ୟୁକୁ ମିଶାଇ ୨୫୮ରେ ପହଞ୍ଚିଛି । ଜିଲ୍ଲାରେ ଏବେ କରୋନାର ୧୨୩୨ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ଖୋର୍ଦ୍ଧାରେ ଗୋଟିଏ କୋଭିଡ୍ ମୃତ୍ୟୁକୁ ମିଶାଇ ମୃତ୍ୟୁସଂଖ୍ୟା ୩୫୨କୁ ବୃଦ୍ଧି ପାଇଛି ।

ପୁରୀରେ ୩ କୋଭିଡ୍ ମୃତ୍ୟୁକୁ ମିଶାଇ ମୋଟ ମୃତ୍ୟୁସଂଖ୍ୟା ୧୨୩କୁ ବୃଦ୍ଧି ପାଇଥିବା ବେଳେ ଜିଲ୍ଲାରେ ଏବେ ୨୨୧୩ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ରାୟଗଡ଼ାରେ ୩ଟି ମୃତ୍ୟୁ ମାମଲାକୁ ମିଶାଇ ଜିଲ୍ଲାରେ ମୋଟ ମୃତ୍ୟୁସଂଖ୍ୟା ୫୫ରେ ପହଞ୍ଚିଛି । ସେହଭଳି ସୁନ୍ଦରଗଡ଼ ଜିଲ୍ଲାରେ ଗୋଟଏ ମୃତ୍ୟୁକୁ ମିଶାଇ ଜିଲ୍ଲାରେ ମୋଟ ମୃତ୍ୟୁ ୧୮୬କୁ ବୃଦ୍ଧି ପାଇଛି । ଏବେ ଜିଲ୍ଲାରେ ୬ ହଜାର ୩୩୦ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+