ଦୈନିକ ସଂକ୍ରମଣ ସହ ମୃତ୍ୟୁ ସଂଖ୍ୟାରେ ବି ରେକର୍ଡ ଭାଙ୍ଗିଲା କରୋନା, ଗଲା ୨୭ ଜୀବନ
ଦୈନିକ ସଂକ୍ରମଣ ମାମଲା ଭଳି ଦୈନିକ ମୃତ୍ୟୁ ପୂର୍ବ ସବୁ ରେକର୍ଡ ଭାଙ୍ଗିଛି । ତେବେ ଆଜିର ୨୭ ଆକ୍ରାନ୍ତଙ୍କ ମୃତ୍ୟୁକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୨୪୩୦କୁ ବୃଦ୍ଧି ପାଇଛି ।
ଭୁବନେଶ୍ୱର: କ୍ରମାଗତ ଭାବେ ରାଜ୍ୟରା ସଂକ୍ରମଣ ସହ ତାଳ ଦେଇ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। କରୋନା ରାଜ୍ୟରେ ଆଉ ୨୭ ଜଣଙ୍କ ଜୀବନ ନେଇଛି। ଗତକାଲି କରୋନା ୨୫ ଜଣଙ୍କ ଜୀବନ ନେଇଥିଲା।

ଦୈନିକ ସଂକ୍ରମଣ ମାମଲା ଭଳି ଦୈନିକ ମୃତ୍ୟୁ ପୂର୍ବ ସବୁ ରେକର୍ଡ ଭାଙ୍ଗିଛି । ତେବେ ଆଜିର ୨୭ ଆକ୍ରାନ୍ତଙ୍କ ମୃତ୍ୟୁକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୨୪୩୦କୁ ବୃଦ୍ଧି ପାଇଛି ।
ବରଗଡ଼ରୁ ଜଣେ, ବଲାଙ୍ଗିରରୁ ଜଣେ, ବୌଦ୍ଧରୁ ଜଣେ, ଗଜପତିରୁ ଜଣେ, ଝାରସୁଗୁଡ଼ାରୁ ଜଣେ, କଳାହାଣ୍ଡିରୁ ୨ ଜଣ, ଖୋର୍ଦ୍ଧାରୁ ୪ ଜଣ, କୋରାପୁଟରୁ ୪ ଜଣ, ନବରଙ୍ଗପୁରରୁ ଜଣେ, ନୂଆପଡ଼ାରୁ ୩ ଜଣ, ପୁରୀରୁ ଜଣେ, ରାୟଗଡ଼ାରୁ ୩ ଜଣ, ସୁବର୍ଣ୍ଣପୁରରୁ ଜଣେ ଏବଂ ସୁନ୍ଦରଗଡ଼ରୁ ୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
୨୪ ଘଣ୍ଟାରେ ୨୭ ମୃତ୍ୟୁକୁ ମିଶାଇ ରାଜ୍ୟରେ ମୋଟ କରୋନା ମୃତ୍ୟୁ ୨୪୩୦ରେ ପହଞ୍ଚିଛି । ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୬ ଲକ୍ଷ ୬୮ ହଜାର ୪୨୨କୁ ବୃଦ୍ଧି ପାଇଛି । କରୋନାରୁ ୫ ଲକ୍ଷ ୫୬ ହଜାର ୫୦୧ ଜଣ ସୁସ୍ଥ ହୋଇଥିବା ବେଳେ ଏବେ ରାଜ୍ୟରେ ୧ ଲକ୍ଷ ୯ ହଜାର ୪୩୮ଟି ସକ୍ରିୟ ମାମଲା ରହିଛି ।












Click it and Unblock the Notifications