ରାଜ୍ୟରେ ବଢିଲା ପୁଣି ବଢିଲା କରୋନା ଜନିତ ମୃତ୍ୟୁ ସଂଖ୍ୟା, ଗଲା ୨୮ ଜୀବନ
ସଂକ୍ରମଣ ସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୨୮ ଜଣଙ୍କ ପ୍ରାଣ ନେଇଛି କରୋନା। ଏହାସହ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୪୮୪କୁ ବୃଦ୍ଧି ପାଇଛି।
ଭୁବନେଶ୍ୱର: ସଂକ୍ରମଣ ସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୨୮ ଜଣଙ୍କ ପ୍ରାଣ ନେଇଛି କରୋନା। ଏହାସହ ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୨୪୮୪କୁ ବୃଦ୍ଧି ପାଇଛି।

ତେବେ ଖୋର୍ଦ୍ଧାରୁ ୫, ସୁନ୍ଦରଗଡ଼ ଓ କଳାହାଣ୍ଡିରୁ ୪ ଲେଖାଏଁ ମୃତ ହୋଇଥିବା ବେଳେ ଅନୁଗୁଳ ଓ କେନ୍ଦ୍ରାପଡ଼ାରୁ ୩ ଲେଖାଏଁ ମୃତ ହୋଇଛି। ଏହାସହ ରାୟଗଡ଼ା, ପୁରୀ, ନବରଙ୍ଗପୁରରୁ ୨ ଲେଖାଏଁ ମୃତ ହୋଇଛି। ଗଜପତି, ଗଞ୍ଜାମ, ନୂଆପଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ୧୧ଟି ଜିଲ୍ଲାରୁ ଏହି ୨୮ ଜଣଙ୍କ ମୃତ୍ୟୁ ଖବର ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୪ ଜଣ ହେଉଛନ୍ତି ମହିଳା।
ଏହାସହ ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ସମୟରେ ରାଜ୍ୟରେ ଆକ୍ଟିଭ୍ କେସର ସଂଖ୍ୟା ୧,୧୧,୮୬୨ ରହିଥିବା ବେଳେ ଏପର୍ଯ୍ୟନ୍ତ ମୋଟ୍ ୫,୭୭,୯୮୩ ଜଣ ସୁସ୍ଥ ହେଲେଣି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୯୨ ହଜାର ୩୮୨କୁ ବୃଦ୍ଧି ପାଇଛି।
ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୨,୮୫୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିର୍ଲ୍ଲାରୁ ସର୍ବାଧିକ ୧୯୦୯ ଜଣ ଅଛନ୍ତି।












Click it and Unblock the Notifications