ରାଜ୍ୟରେ ପୁଣି ଗଲା ୪୬ କରୋନା ଆକ୍ରାନ୍ତଙ୍କ ଜୀବନ
ରାଜ୍ୟରେ ଦୈନିକ କରୋନା ମୃତ୍ୟୁ ମାମଲା ୪୦ ଉପରେ ରହୁଛି । ଗତ ୨୪ ଘଣ୍ଟାରେ ଆଉ ୪୬ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଏଥିସହ ରାଜ୍ୟରେ ମୋଟ କୋଭିଡ୍ ମୃତକଙ୍କ ସଂଖ୍ୟା ୪ ହଜାର ୧୦୯କୁ ବୃଦ୍ଧି ପାଇଛି ।
ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ମୃତ୍ୟୁ ମାମଲା ୪୦ ଉପରେ ରହୁଛି । ଗତ ୨୪ ଘଣ୍ଟାରେ ଆଉ ୪୬ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି । ଏଥିସହ ରାଜ୍ୟରେ ମୋଟ କୋଭିଡ୍ ମୃତକଙ୍କ ସଂଖ୍ୟା ୪ ହଜାର ୧୦୯କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରେ ମୃତ୍ୟୁହାର୍ ସର୍ବାଧିକ ରହିଛି ।

ସେହିପରି ୪୬ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯ ଜଣ ଥିବା ବେଳେ ନୟାଗଡ଼, ପୁରୀ ଓ ସୁନ୍ଦରଗଡ଼ରୁ ୪ ଜଣ ଲେଖାଏଁ ଏବଂ କଟକ, ଢେଙ୍କାନାଳ, ଗଞ୍ଜାମ, କେନ୍ଦ୍ରାପଡ଼ା ଓ ସମ୍ବଲପୁରରୁ ଜଣ ୩ ଲେଖାଏଁ ଅଛନ୍ତି। ଅନୁଗୋଳ, ବାଲେଶ୍ୱର, ବରଗଡ଼, ଜଗତସିଂହପୁର, ଝାରସୁଗୁଡ଼ା, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।
ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୬୫କୁ ବୃଦ୍ଧି ପାଇଥିବା ବେଳେ ଅନୁଗୋଳରେ ୧୭୮, ବାଲେଶ୍ୱରରେ ୧୩୩, ବରଗଡ଼ରେ ୧୪୨, କଟକରେ ୨୯୦, ଢେଙ୍କାନାଳରେ ୬୮, ଗଞ୍ଜାମରେ ୩୪୪, ଜଗତସିଂହପୁରରେ ୭୫, ଝାରସୁଗୁଡ଼ାରେ ୧୨୪, କଳାହାଣ୍ଡିରେ ୧୭୨, କେନ୍ଦ୍ରାପଡ଼ାରେ ୮୪, କେନ୍ଦୁଝରରେ ୭୩, କୋରାପୁଟରେ ୫୯, ମୟୂରଭଞ୍ଜରେ ୧୩୦, ନୟାଗଡ଼ରେ ୧୦୩, ପୁରୀରେ ୨୩୮, ସମ୍ବଲପୁରରେ ୧୨୪, ସୁବର୍ଣ୍ଣପୁରରେ ୪୨ ଓ ସୁନ୍ଦରଗଡ଼ ଜିଲ୍ଲାରେ ୩୬୦କୁ ବୃଦ୍ଧି ପାଇଛି।
ସେପଟେ ଆଜି ବାହାରି ଥିବା ୩୨୨୨ଟି ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୧୬ ହଜାର ୧୦୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୮ ଲକ୍ଷ ୮୦ ହଜାର ୯୯୭ ଜଣ ସୁସ୍ଥ ହୋଇସାରିଛନ୍ତି। ୩୦ ହଜାର ୯୫୦ ଜଣ ଏବେ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ସଂଖ୍ୟା ୪,୧୦୯କୁ ବୃଦ୍ଧି ପାଇଛି।












Click it and Unblock the Notifications