କରୋନା ମୃତ୍ୟୁରେ ଲାଗୁନି ବ୍ରେକ: ଦିନକରେ ଆଖି ବୁଜିଲେ ୩୯ ଆକ୍ରାନ୍ତ
ଗତ 24 ଘଣ୍ଟାରେ ଆଉ ୩୯ ଜଣଙ୍କର ମୃତ୍ୟୁ କରୋନାରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯୧୨କୁ ବୃଦ୍ଧି ପାଇଛି।
ଭୁବନେଶ୍ବର: ଦୈନିକ ସଂକ୍ରମଣ କମୁଥିବା ବେଳେ ମୃତ୍ୟୁ ସଂଖ୍ୟାରେ ବ୍ରେକ୍ ଲାଗିବାର ନାଁ ନେଉଁନି । ଗତ 24 ଘଣ୍ଟାରେ ଆଉ ୩୯ ଜଣଙ୍କର ମୃତ୍ୟୁ କରୋନାରେ ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୯୧୨କୁ ବୃଦ୍ଧି ପାଇଛି।

ଏହି ୩୯ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ଅଛନ୍ତି। ଏହା ସହିତ ଏହି ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୮୫କୁ ବୃଦ୍ଧି ପାଇଛି। ଅନୁଗୋଳ, ଝାରସୁଗୁଡ଼ା, କଳାହାଣ୍ଡି, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ କୌଦ୍ଧ, କଟକ, ଦେବଗଡ଼, ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁଙ୍କ ଜୀବନ ଯାଇଛି। ବଲାଙ୍ଗିର, ଢେଙ୍କାନାଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ସମ୍ବଲପୁରରୁ ଜଣେ ଲେଖାଏଁଙ୍କ ମୃତ୍ୟୁ ଘଟିଛି।
ଅନୁଗୋଳ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୨୪କୁ ବୃଦ୍ଧି ପାଇଥିବା ବେଳେ ବଲାଙ୍ଗିରରେ ୬୪, ବୌଦ୍ଧରେ ୫୦, କଟକରେ ୧୭୬, ଦେବଗଡ଼ରେ ୨୧, ଢେଙ୍କାନାଳରେ ୩୮, ଗଜପତିରେ ୬୨, ଗଞ୍ଜାମରେ ୨୮୭, ଜଗତସିଂହପୁରରେ ୪୫, ଝାରସୁଗୁଡ଼ାରେ ୬୪, କଳାହାଣ୍ଡିରେ ୧୨୮, କେନ୍ଦ୍ରାପଡ଼ାରେ ୫୩, ମୟୂରଭଞ୍ଜରେ ୯୪, ପୁରୀରେ ୧୫୭, ରାୟଗଡ଼ାରେ ୧୧୭, ସମ୍ବଲପୁରରେ ୯୨ ଓ ସୁନ୍ଦରଗଡ଼ ଜିଲ୍ଲାରେ ୨୭୮କୁ ବୃଦ୍ଧି ପାଇଛି।












Click it and Unblock the Notifications