For Quick Alerts
Turn On Notification  
For Daily Alerts
Oneindia App Download

ପୁଣି ୧୯ ଜଣଙ୍କ ଜୀବନ ନେଲା ମହାମାରୀ

ରାଜ୍ୟରେ କରୋନାରେ ଆଉ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩୧୩ରେ ପହଞ୍ଚି ଯାଇଛି।

|

ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଉ ୧୯ ଜଣଙ୍କ ମୃତ୍ୟୁ ଘଟିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୩୧୩ରେ ପହଞ୍ଚି ଯାଇଛି।

corona death

୧୦ଟି ଜିଲ୍ଲାରୁ ଏହି ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣ ଅଛନ୍ତି। ସେହିପରି ଅନୁଗୋଳ ଓ ରାୟଗଡ଼ା ଜିଲ୍ଲାରୁ ୩ ଜଣ ଲେଖାଏଁଙ୍କ ମୃତ୍ୟୁ ଘଟିଥିବା ବେଳେ ନୂଆପଡ଼ା ଓ ସୁନ୍ଦରଗଡ଼ରୁ ୨ ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି। ଗଜପତି, କେନ୍ଦ୍ରାପଡ଼ା, ନବରଙ୍ଗପୁର, ନୟାଗଡ଼ ଓ ପୁରୀରୁ ଜଣେ ଲେଖାଏଁଙ୍କ ଜୀବନ ନେଇ କରୋନା।

ଆଉ ୪ଟି ମୃତ୍ୟୁ ମାମଲା ସହିତ ଖୋର୍ଦ୍ଧାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦୮କୁ ବୃଦ୍ଧି ପାଇଛି, ଯାହା ରାଜ୍ୟରେ ସର୍ବାଧିକ। ଅନୁଗୋଳ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ୬୨କୁ ବୃଦ୍ଧି ପାଇଥିବା ବେଳେ ରାୟଗଡ଼ାରେ ୮୫, ନୂଆପଡ଼ାରେ ୪୦, ସୁନ୍ଦରଗଡ଼ରେ ୨୨୩, ଗଜପତିରେ ୪୧, କେନ୍ଦ୍ରାପଡ଼ାରେ ୩୫, ନବରଙ୍ଗପୁରରେ ୧୬,ନୟାଗଡ଼ରେ ୪୭ ଓ ପୁରୀରେ ୧୪୨ରେ ପହଞ୍ଚିଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
corona death: 19 Dead in last 24 hours in odisha
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X