ପ୍ଲାଟୋ ଷ୍ଟେଜ୍‌ ନ ଆସିବା ଯାଏ କମିବନି ସଂକ୍ରମଣ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ରାଜ୍ୟରେ ଯେଉଁଭଳି ସଂକ୍ରମଣ ବଢୁଛି, ସେହିଭଳି ମଧ୍ୟ ଆଗକୁ ବଢ଼ିବ। ଯେ ପର୍ଯ୍ୟନ୍ତ ପ୍ଲାଟୋ ଷ୍ଟେଜ ନଆସିଛି , ତେଣୁ କହି ପାରିବା ନାହିଁ ଯେ କେବେ କମିବ ସଂକ୍ରମଣ । ରାଜ୍ୟରେ କରୋନା ସ୍ଥିତିକୁ ନେଇ ଏପରି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଭୁବନେଶ୍ୱର: ରାଜ୍ୟରେ ଯେଉଁଭଳି ସଂକ୍ରମଣ ବଢୁଛି, ସେହିଭଳି ମଧ୍ୟ ଆଗକୁ ବଢ଼ିବ। ଯେ ପର୍ଯ୍ୟନ୍ତ ପ୍ଲାଟୋ ଷ୍ଟେଜ ନଆସିଛି , ତେଣୁ କହି ପାରିବା ନାହିଁ ଯେ କେବେ କମିବ ସଂକ୍ରମଣ । ରାଜ୍ୟରେ କରୋନା ସ୍ଥିତିକୁ ନେଇ ଏପରି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

Director of Health

ଅନ୍ୟପଟେ ରାଜ୍ୟରେ ଜାନୁଆରୀ ଶେଷ ସୁଦ୍ଧା କରୋନା ପିକ୍ ଛୁଇଁବ ବୋଲି ସେ କରିଛନ୍ତି । ଯଦିଓ ଏବେ ସଂକ୍ରମଣ ବଢୁଛି, ଗୁରୁତର କରୁନି । ଅଧିକ ହସ୍ପିଟାଲ ବେଡ୍ ଆବଶ୍ୟକତା ପଡୁନାହିଁ । ରାଜ୍ୟରେ କେସ୍ ଲୋଡ୍ ଏବଂ ହସ୍ପିଟାଲିଟି ଉପରେ କମ୍ ପ୍ରଭାବ ପଡୁଛି । ଗୁରୁତର ସଂଖ୍ୟା ବହୁତ କମ୍ ରହୁଛି । ଆମେ ଯଦି ସତର୍କ ରହିବା ଫେବ୍ରୁଆରୀ ଶେଷ ସୁଦ୍ଧା ଏହି ସଂକ୍ରମଣକୁ ପାର କରିଯିବା ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବର୍ତ୍ତମାନ ପ୍ଲାଟୋ ଷ୍ଟେଜ ଆକଳନ କରିବା କଷ୍ଟକର। ଏହା ସହିତ ସୋମବାର ଠାରୁ ରାଜ୍ୟରେ ଆରମ୍ଭ ହେବ ବୁଷ୍ଟର ଡୋଜ । ମୁଖ୍ୟତଃ ଆଗ ଧାଡ଼ିରେ ଥିବା ସ୍ବାସ୍ଥ୍ୟ କର୍ମୀଙ୍କ ସୁରକ୍ଷା ପାଇଁ ସେହି ମାନଙ୍କୁ ଏହି ଡୋଜ୍ ଦିଆଯିବ। ଆଶା କରାଯାଉଛି ଡବଲ ଡୋଜ୍ ପରେ ବୁଷ୍ଟର ଡୋଜ ଫଳ ପ୍ରଦ ହେବ। ପୂର୍ବ ଭଳି ଯେତୋଟି ଟିକାକରଣ କେନ୍ଦ୍ରରେ ଟିକାଦାନ କରାଯାଉଥିଲା ତାହା ବଳବତ୍ତର ରହିବ। ଏହା ଛଡ଼ା ଆବଶ୍ୟକ ପରିମାଣର ଶଯ୍ୟା ଓ ବ୍ୟବସ୍ଥା ଉପରେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଗୁରୁତ୍ବ ଦିଆଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+