୨୪ ଘଣ୍ଟାରେ ୬୨୮ ନୂଆ ପଜିଟିଭ୍, ୯୬ ଶିଶୁ ଆକ୍ରାନ୍ତ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବର୍ଗର ୯୬ ଜଣ ଅଛନ୍ତି।

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୨୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବର୍ଗର ୯୬ ଜଣ ଅଛନ୍ତି। ଗତକାଲି ରାଜ୍ୟରେ ୫୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ସଂଖ୍ୟା ସାମାନ୍ୟ କମିଛି । ଛନ୍ତି।

ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୬୭ ଜଣ କ୍ୱାରେଣ୍ଟାଇନ୍‌ରେ ଥିବାବେଳେ ବାକି ୨୬୧ ସ୍ଥାନୀୟ ସଂକ୍ରମଣ । ସେହିପରି ଆଜି ପୁଣି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୧ ପଜିଟିଭ ଚିହ୍ନଟ ହୋଇଛନ୍ତି।

coronavirus

ଅନୁଗୋଳ ଜିଲ୍ଲାରୁ ୫ ଜଣ କରୋନା ପଜିଟିଜ୍ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୨, ବରଗଡ଼ରୁ ୭, ଭଦ୍ରକରୁ ୭, ବଲାଙ୍ଗିରରୁ ଜଣେ, କଟକରୁ ୭୨, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ୫, ଗଜପତିରୁ ୨, ଗଞ୍ଜାମରୁ ଜଣେ, ଜଗତସିଂହପୁରରୁ ୩, କେନ୍ଦ୍ରାପଡ଼ାରୁ ୯, କେନ୍ଦୁଝରରୁ ୨, କୋରାପୁଟରୁ ୧୬, ମୟୂରଭଞ୍ଜରୁ ୨୨, ନୟାଗଡ଼ରୁ ୭, ପୁରୀରୁ ୯, ରାୟଗଡ଼ାରୁ ୪, ସମ୍ବଲପୁରରୁ ୮, ସୁନ୍ଦରଗଡ଼ରୁ ୨୩ ଓ ଷ୍ଟେଟ ପୁଲ୍‌ରୁ ୬୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ତେବେ ଆଜିର ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ, ୧୮ ହଜାର ୯୨୬କୁ ବୃଦ୍ଧି ପାଇଛି । ଏମାନଙ୍କ ଭିତରେ ୧୦ ଲକ୍ଷ ୪ ହଜାର ୮୫୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୫ହଜାର ୯୦୬ ରହିଛି । ସେପଟେ କରୋନା କାରଣରୁ ୨୪ ଘଂଟା ଭିତରେ ୪ଜଣଙ୍କର ମୃତ୍ୟୁ ହୋଇଛି ।

ଅନ୍ୟପକ୍ଷରେ ଆଜି ରାଜ୍ୟରେ କୋଭିଡ ମୃତ୍ୟୁ ସଂଖ୍ୟା ୪ ରହିଛି । ଏହି ୪ ମୃତକଙ୍କ ମଧ୍ୟରୁ କଟକ, ଖୋର୍ଦ୍ଧା, ଭଦ୍ରକ ଓ ଜଗତସିଂହପୁରରୁ ଜଣେ ଲେଖାଏଁ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+