ରାଜ୍ୟରେ ଚିହ୍ନଟ ହେଲେ ଆଉ ୬୦୨ ସଂକ୍ରମିତ

ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୦୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୬ ଜଣ ୧୮ ବର୍ଷରୁ କମ୍ ବୟସ ବର୍ଗରେ ରହିଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୩୫୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୪୯ଟି ହେଉଛି ଲୋକାଲ୍ କେସ୍।

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୦୨ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୬ ଜଣ ୧୮ ବର୍ଷରୁ କମ୍ ବୟସ ବର୍ଗରେ ରହିଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୩୫୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୪୯ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୮୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

odisha corona

ଅନୁଗୋଳରୁ ୧୧ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୧, ବରଗଡ଼ରୁ ୨, ଭଦ୍ରକରୁ ୫, କଟକରୁ ୫୪, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ୧୪, ଗଞ୍ଜାମରୁ ଜଣେ, ଜଗତସିଂହପୁରରୁ ୧୮, ଯାଜପୁରରୁ ୨୪, ଝାରସୁଗୁଡ଼ାରୁ ୨, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୬, କେନ୍ଦୁଝରରୁ ୭, କୋରାପୁଟରୁ ୪ ଓ ମୟୂରଭଞ୍ଜରୁ ୩୧ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ନୟାଗଡ଼ରୁ ଜଣେ, ନୂଆପଡ଼ାରୁ ଜଣେ, ପୁରୀରୁ ୨୧, ରାୟଗଡ଼ାରୁ ୪, ସମ୍ବଲପୁରରୁ ୧୩, ସୋନପୁରରୁ ଜଣେ, ସୁନ୍ଦରଗଡ଼ରୁ ୯ ଓ ଷ୍ଟେଟପୁଲରୁ ୬୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହା ସହିତ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୬,୪୭୬କୁ ବୃଦ୍ଧି ପାଇଛି। ସେଥିମଧ୍ୟରୁ ୧୦,୧୨,୫୮୩ ସୁସ୍ଥ ହୋଇ ସାରିଥିବା ବେଳେ ୫,୬୪୨ ଜଣ ଚିକିତ୍ସାଧୀନ ଅଛନ୍ତି।

ସେହିପରି କରୋନାରେ ପ୍ରାଣ ହରାଇଛନ୍ତି ଆଉ ୬ ଜଣ । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୯୮କୁ ବୃଦ୍ଧି ପାଇଛି। ଏହି ୬ ଜଣଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଓ ଖୋର୍ଦ୍ଧାରୁ ୨ଜଣ ଲେଖାଏଁ, ଅନୁଗୋଳ ଓ ଜଗତସିଂହପୁରରୁ ଜଣେ ଲେଖାଏଁ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+