ରାଜ୍ୟରେ ପୁଣି ସାମାନ୍ୟ ବଢିଲା ଦୈନିକ କରୋନା ସଂକ୍ରମଣ

ଆଜି ରାଜ୍ୟରେ ପୁଣି ୬୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୫ ଜଣ ୧୮ ବର୍ଷରୁ କମ୍ ବର୍ଗର।

ଭୁବନେଶ୍ୱର: ଦୈନିକ କରୋନା ସଂକ୍ରମଣରେ ପୁଣି ବୃଦ୍ଧି । ଗତ ଦୁଇ ଦିନ ହେବ ଛଅ ଶହ ମାର୍କ ଉପରେ ରହୁଛି ରାଜ୍ୟର ଦୈନିକ କରୋନା ସଂକ୍ରମଣ । ଗତକାଲି ୬୯୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ପୁଣି ୬୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୯୫ ଜଣ ୧୮ ବର୍ଷରୁ କମ୍ ବର୍ଗର।

odisha corona

ତେବେ ନୂଆ ସଂକ୍ରମଣ ମଧ୍ୟରେ ୩୬୨ଟି ମାମଲା କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୨୬୧ଟି ମାମଲା ସ୍ଥାନୀୟ ସଂକ୍ରମଣ । ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୨ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୪ ଜଣ ଅଛନ୍ତି।

ଅନୁଗୋଳ ଜିଲ୍ଲାରୁ ୧୩ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୮, ବରଗଡ଼ରୁ ୩, ଭଦ୍ରକରୁ ୧୩, ଦେବଗଡ଼ରୁ ୨, ଢେଙ୍କାନାଳରୁ ୭, ଗଜପତରୁ ଜଣେ, ଗଞ୍ଜାମ ୧୨, ଜଗତସିଂହପୁରରୁ ୨୯, ଯାଜପୁରରୁ ୨୮, ଝାରସୁଗୁଡ଼ାରୁ ୬, କେନ୍ଦ୍ରାପଡ଼ାରୁ୧୦, କେନ୍ଦୁଝରରୁ ୩, କୋରାପୁଟରୁ ୪, ମୟୂରଭଞ୍ଜ ୧୮, ନବରଙ୍ଗପୁରରୁ ଜଣେ, ନୟାଗଡ଼ରୁ ୪, ପୁରୀ ୭, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ ୧୫, ସୋନପୁରରୁ ଜଣେ ଓ ସୁନ୍ଦରଗଡ଼ରୁ ୬ ଜଣ ଅଛନ୍ତି। ସେହିଭଳି ଷ୍ଟେଟ୍‌ ପୁଲ୍‌ରୁ ୬୩ଜଣ ଚିହ୍ନଟ ହୋଇଛନ୍ତି।

ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ୨୪୪କୁ ବୃଦ୍ଧି ପାଇଛି । ୧୦ ଲକ୍ଷ ୬ ହଜାର ୩୨୦ ଜଣ କରୋନାକୁ ମାତ୍ ଦେଇଥିବା ବେଳେ ଏବେ ରାଜ୍ୟରେ ୫ ହଜାର ୭୩୬ଟି ସକ୍ରିୟ ମାମଲା ରହିଛି ।

ଅନ୍ୟପକ୍ଷରେ ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୭ଜଣଙ୍କ ସଂପର୍କରେ ତଥ୍ୟ ପ୍ରଦାନ କରିଛନ୍ତି ସରକାର। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୩୫ କୁ ବୃଦ୍ଧି ପାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+