ଗତ ୨୪ ଘଣ୍ଟାରେ ୧୦୯ ନୂଆ କୋଭିଡ୍-୧୯ ସଂକ୍ରମଣ ଚିହ୍ନଟ, ଜଣଙ୍କର ମୃତ୍ୟୁ
କରୋନା ଦୈନିକ ମାମଲା ପୁଣି ଟପିଲା ୧୦୦ । ଏଥି ସହିତ ଗତ ୨୪ ଘଣ୍ଟାରେ କରୋନାରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।

Corona: କରୋନା ଦୈନିକ ମାମଲା ପୁଣି ଟପିଲା ୧୦୦ । ଏଥି ସହିତ ଗତ ୨୪ ଘଣ୍ଟାରେ କରୋନାରେ ଜଣଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟାରେ ସାରା ଦେଶରେ ମୋଟ ୧୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ସହିତ ୧୦୮ ଜଣ ରୋଗୀ ସୁସ୍ଥ ହୋଇଛନ୍ତି । ଅପରପକ୍ଷରେ ବର୍ତ୍ତମାନ ୧,୮୪୨ ଜଣ ସକ୍ରିୟ କରୋନା ରୋଗୀ ଅଛନ୍ତି । ଏହି ସମୟରେ ମାତ୍ର ଜଣେ କରୋନା ରୌଗୀଙ୍କର ମୃତ୍ୟୁ ହୋଇଛି ।
ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା କରୋନା ରୋଗୀଙ୍କୁ ମିଶାଇ ଦେଶରେ ବର୍ତ୍ତମାନ ମୋଟ ୪ କୋଟି ୪୬ ଲକ୍ଷ ୮୨ ହଜାର ୬୩୯ ରୋଗୀ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ମୋଟ ୪ କୋଟି ୪୧ ଲକ୍ଷ ୫୦ ହଜାର ୦୫୭ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି । ଏହା ସହିତ କରୋନା କାରଣରୁ ମୋଟ ୫ ଲକ୍ଷ ୩୦ ହଜାର ୭୪୦ ରୋଗୀ ପ୍ରାଣ ହରାଇଛନ୍ତି ।
କରୋନା ମହାମାରୀ ବିରୋଧରେ ଦେଶରେ ଚାଲିଥିବା ଟୀକାକରଣ ଅଭିଯାନରେ ଏପର୍ଯ୍ୟନ୍ତ ମୋଟ ୨୨୦ କୋଟି ୪୦ ଲକ୍ଷ ୪୨ ହଜାର ୩୬୨ ଡୋଜ୍ ଟିକା ଦିଆଯାଇଛି । ସେଥିମଧ୍ୟରୁ ଗତକାଲି ୨ ଲକ୍ଷ ୩୪ ହଜାର ୩୯୪ ଡୋଜ୍ ଟିକା ଦିଆଯାଇଛି ।












Click it and Unblock the Notifications