କରମଣ୍ତଳ ଟ୍ରେନ୍ ଟ୍ରାଜେଡି:ରିହାତି ଘୋଷଣା କଲା LIC
ଭୁବନେଶ୍ୱର: ବାଲେଶ୍ୱର ଟ୍ରେନ୍ ଟ୍ରାଜେଡିକୁ ନେଇ ରିହାତି ଘୋଷଣା କଲା LIC । LIC ପିଏମ୍ ଜୀବନ ଜ୍ୟୋତି ପଲିସିଧାରୀଙ୍କ ପାଇଁ ରିହାତି ଘୋଷଣା କରାଯାଇଛି । ପଲିସିଧାରୀଙ୍କ ମୃତ୍ୟୁ ପ୍ରମାଣପତ୍ର ପ୍ରଦାନରେ ମଧ୍ୟ କୋହଳ କରାଯାଇଛି ।

କେବଳ ରେଳ କର୍ତ୍ତୃପକ୍ଷ, ପୋଲିସ ପକ୍ଷରୁ ପ୍ରଦତ୍ତ ସାର୍ଟିଫିକେଟ୍ ଦେଲେ ଟଙ୍କା ମିଳିପାରିବ । ଏହାସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦତ ମୃତ୍ୟୁ ସାର୍ଟିଫିକେଟ୍ ଗ୍ରହଣଯୋଗ୍ୟ । ଏହା ସହ ବୀମା ସହାୟତା ପାଇଁ ସ୍ୱତନ୍ତ୍ର ହେଲ୍ପ ଡେସ୍କ ମଧ୍ୟ ଖୋଲାଯାଇଛି । ବୀମା ସମ୍ପର୍କିତ ସହାୟତା ପାଇଁ ହେଲ୍ପ ଲାଇନ୍ ନମ୍ବର-09968276827ରେ କଲ୍ କରି ସମସ୍ତ ସୂଚନା ପାଇପାରିବେ ।
ସୂଚନାଥାଉ ଯେ, ଶୁକ୍ରବାର ରାତିରେ ଘଟିଥିବା ଏହି ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ୧୮୮ ଜଣଙ୍କର ମୃତ୍ୟୁ ଘଟିଛି । ବର୍ତ୍ତମାନ ମଧ୍ୟ ଅନେକ ଲୋକଙ୍କର ଚିକିତ୍ସା ଜାରି ରହିଛି । ସେହିପରି ୭୯୩ ଜଣଙ୍କୁ ଡିସଚାର୍ଜ କରାଯାଇ ସାରିଛି । ସମସ୍ତ ଆହତଙ୍କୁ ଅତ୍ୟାଧୁନିକ ଚିକିତ୍ସା ସେବା ଯୋଗାଇ ଦିଆଯିବ ।












Click it and Unblock the Notifications