Get Updates
Get notified of breaking news, exclusive insights, and must-see stories!

କରମଣ୍ତଳ ଟ୍ରାଜେଡି: ଝିଅର ଜିଦ୍ ପାଇଁ ବଞ୍ଚିଗଲା ବାପାର ଜୀବନ

କରମଣ୍ତଳ ଟ୍ରାଜେଡି:ଶୁକ୍ରବାର ରାତି ୭ଟାରେ ବାଲେଶ୍ୱର ବାହାନଗାରେ ଅପେକ୍ଷା କରିବସିଥିଲା ମୃତ୍ୟୁ । ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ଜାତି ଏବଂ ଭାଷାର ଲୋକ କରମଣ୍ତଳରେ କରୁଥିଲେ ଯାତ୍ରା । ହେଲେ ବିପଦ ବିଷୟରେ ଥିଲେ ଅଜଣା । କିଏ ନିଜ ପରିବାର ସହ ଫୋନରେ କଥା ହେଉଥାଏ ତ କିଏ ପରବର୍ତ୍ତି ଷ୍ଟେସନରେ ଓହ୍ଲାଇବା ପାଇଁ ହେଉଥିଲା ପ୍ରସ୍ତୁତ ।

ହେଲେ ହଠାତ୍ ଏକ ଭୟଙ୍କର ଶଦ୍ଦ ହୋଇଥିଲା । ଯାହା ସମସ୍ତଙ୍କୁ ଭୟବିତ କରିଦେଇଥିଲା । ଯାତ୍ରୀମାନେ ବୁଝି ସାରିଥିଲେ କିଛି ଅଘଟଣ ଘଟିବା ପାଇଁ ଯାଉଛି । ଏହା ପରେ ଲୋକଙ୍କର ବିକଳ ଚିତ୍କାରରେ ତଳି ଉଠିଥିଲା କରମଣ୍ତଳ । କେହି କିଛି ବୁଝିବା ପୂର୍ବରୁ ବୁଜି ଦେଇଥିଲେ ଆଖି । ଭୟଙ୍କର ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ୨୭୫ ଜଣ ।

ଏହି ଦୁର୍ଘଟଣା ପରେ ଅନେକ ହୃଦୟବିଦାରକ ଘଟଣା ଏବେ ସାନ୍ନାକୁ ଆସୁଛି । ଏହି ଘଟଣା ସମୟରେ କରମଣ୍ତଳରେ ଯାତ୍ରା କରୁଥିବା ଜଣେ ସରକାରୀ କର୍ମଚାରୀ ନିଜ ଅଙ୍ଗେଲିଭା କାହାଣୀ ବଖାଣିଛନ୍ତି । ଏମ୍ କେ ଦେବ ନାମକ ଜଣେ ବ୍ୟକ୍ତି କହିଛନ୍ତି ଯେ, ତାଙ୍କ ଝିଅର ଜିଦ୍ ପାଇଁ ଆଜି ସେ ଏକ ନୂଆ ଜୀବନ ପାଇଛନ୍ତି ।

ତାଙ୍କ କହିବା ଅନୁସାରେ, ତାଙ୍କର ଆଠ ବର୍ଷର ଝିଅ ସହ ସେ ଖଡଗପୁରରୁ ଯାତ୍ରା ଆରମ୍ଭ କରିଥିଲେ ଏବଂ ସେ କଟକ ରେଶ ଷ୍ଟେସନରେ ଓହ୍ଲାଇ ଥାନ୍ତେ । ଶନିବାର ତାଙ୍କର ଡାକ୍ତର ସହ ଦେଖା କରିବାର ଥିଲା ସେଥି ପାଇଁ ସେ ଥାର୍ଡ ଏସିରେ ଟିକେଟ୍ କାଟିଥିଲେ । ହେଲେ ତାଙ୍କ ଝିଅ ଝରକା ପାଖରେ ବସିବା ପାଇଁ ଜିଦ୍ ଧରିଥିଲା । ଯାହା ପରେ ସେ ବାଧ୍ୟ ହୋଇ ଟିଟି ସହ କଥା ହୋଇ ଦୁଇ ଜଣ ବ୍ୟକ୍ତିଙ୍କ ସହ କଥା ହୋଇ ନିଜ ସିଟ୍ ଅଦଳବଦଳ କରିଥିଲେ ।

coromandel accident

ହେଲେ ଏହାର କିଛି ସମୟ ପରେ ହିଁ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ହୋଇଥିଲା ଯେଉଁଥିରେ ଆମେ ବସିଥିବା ବଗି ସମ୍ପର୍ଣ୍ଣ ସୁରକ୍ଷିତ ଥିବା ବେଳେ ଯେଉଁ ବଗିରେ ଆମେର ଟିକେଟ୍ ହୋଇଥିଲା ସେ ବଗି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା । ସେଥିରେ ବସିଥିବା ଅନେକ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+