ପୁଣି ଚାଲିଲା କରମଣ୍ତଳ ଏକ୍ସପ୍ରେସ୍, ଭାବୁକ ହେଲେ ଯାତ୍ରୀ
ଭୁବନେଶ୍ୱର:କରମଣ୍ତଳ ଟ୍ରାଜେଡି । ବାହାନଗା ଟ୍ରେନ୍ ଦୁର୍ଘଟଣାର ୪ ଦିନ ପରେ ଆଜି ପୁଣି ଟ୍ରାକରେ ଗଡିଛି କରମଣ୍ତଳ ସୁପରଫାଷ୍ଟ ଏକ୍ସପ୍ରେସ । ମଙ୍ଗଳବାର ଦିନ ୧୨ଟା ୫ରେ ବାହାନଗା ରେଳ ଷ୍ଟେସନ ଅତିକ୍ରମ କରିବ ଏହି ସୁପରଫାଷ୍ଟ ଏକ୍ସପ୍ରେସ ।

ଦୁର୍ଘଟଣା ପରଠୁ ଏହି ରୁଟରୁ ଟ୍ରେନ୍ ଚଳାଚଳ ବନ୍ଦ ଥିଲା । ଦୁର୍ଘଟଣା ପରେ ଚେନ୍ନାଇ ପଟୁଆସୁଥିବା କରମଣ୍ତଳ ଏକ୍ସପ୍ରେସ ଆନ୍ଧ୍ରପ୍ରଦେଶର ବିଜୟୱାଡାଠାରେ ଗତ ୩ ଦିନ ହେଲା ଅଟକି ରହିଥିଲା । ସ୍ଥିତି ସ୍ୱଭାବିକ ହେବା ପରେ କୋଲକତା ଅଭିମୁଖେ ବାହାରିଥିଲା କରମଣ୍ତଳ ।
ବାହାନଗା ଦୁର୍ଘଟଣା ସ୍ଥାନ ଅତିକ୍ରମ କରିବା ସମୟରେ ସମସ୍ତ ଟ୍ରେନର ବେଗ କମ୍ କମୁଛି । ଯାତ୍ରୀ ମାନେ ଦୁର୍ଘଟଣା ସ୍ଥାନ ଓ ଦୁର୍ଘଟଣାଗ୍ରସ୍ତ ଟ୍ରେନକୁ ଦେଖି ଭାବପ୍ରବଳ ହୋଇଯାଇଥିଲେ । ତେବେ ବର୍ତ୍ତମାନ ମଧ୍ୟ ଏହି ଦୁର୍ଘଟଣାଗ୍ରସ୍ତ କରମଣ୍ତଳ ଏକ୍ସପ୍ରେସରେ ଏବେ ବି ଫସି ରହିଛି ମୃତ ଦେହ ।












Click it and Unblock the Notifications