Odisha Train Accident Live: ଓଡ଼ିଶା ଟ୍ରେନ ଦୁର୍ଘଟଣାରେ ୨୮୮ ଛୁଇଁଲା ମୃତ୍ୟୁ ସଂଖ୍ୟା, ମାମଲା ରୁଜୁ କଲା CBI

Odisha Train Accident Live Update: ଓଡ଼ିଶାର ବାଲେଶ୍ୱର ବାହାନଗା ନିକଟରେ ଦୁଇ ଏକ୍ସପ୍ରେସ ଓ ଗୋଟିଏ ମାଲବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । କରମଣ୍ଡଳ ଏକ୍ସପ୍ରେସ ଓ ବେଙ୍ଗଲୁରୁ ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣା ହୋଇଛି । ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ୍ । ପରେ ସେହି ବାଟେ ଆସୁଥିବା ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା । ଉଭୟ ଏକ୍ସପ୍ରେସର ଅନେକ ବଗି ଓଲଟି ପଡ଼ିଛି । ଦୁର୍ଘଟଣାରେ ଅନେକ ଯାତ୍ରୀ ମୃତାହତ ହୋଇଛନ୍ତି । ଅନେକ ଯାତ୍ରୀ ଟ୍ରେନ୍ ତଳେ ଚାପିହୋଇ ମଧ୍ୟ ରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବାଲେଶ୍ୱର ଟ୍ରେନ୍ ଟ୍ରାଜେଡ଼ି (ଓଡ଼ିଶା ଟ୍ରେନ ଦୁର୍ଘଟଣା)ର ଟିକିନିକି ଲାଇଭ୍ ଅପଡେଟ୍ ପାଇବେ କେବଳ 'ୱାନଇଣ୍ଡିଆ ଓଡିଆ' ରେ...

Odisha Train Accident Live Update

Jun 07, 2023, 12:43 pm IST

ବିହାରର ୮୮ ଯାତ୍ରୀଙ୍କ ମିଳୁନି ପତ୍ତା

ଏଭଳି ଅଭିଯୋଗ ଆଣିଲେ ବିହାରର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଟ୍ରେନ ଦୁର୍ଘଟଣାରେ ବିହାରର ୪୩ ମୃତ, ୪୪ ଜଣ ଆହତ ବୋଲି କହିଲେ ତେବେ ଆଉ ୮୮ ଯାତ୍ରୀଙ୍କ ପତ୍ତା ମିଳୁ ନଥିବା ଅଭିଯୋଗ କଲେ ମନ୍ତ୍ରୀ।
Jun 07, 2023, 12:19 pm IST

ଟ୍ରେନ୍ ଟ୍ରାଜେଡି ପରେ ମିଳୁନି ଅନେକ ଯାତ୍ରୀଙ୍କ ପତ୍ତା । ପଶ୍ଚିମବଙ୍ଗ, ବିହାରର ୧୧୯ ଯାତ୍ରୀ ନିଖୋଜ ।
Jun 07, 2023, 11:02 am IST

କରମଣ୍ତଳ ଏକ୍ସପ୍ରେସ ଦୁର୍ଘଟଣା:ସିବିଆଇ ତଦନ୍ତର ଦ୍ୱିତୀୟ ଦିନ ।
Jun 07, 2023, 10:05 am IST

କରମଣ୍ତଳ ଏକ୍ସପ୍ରେସ ଦୁର୍ଘଟଣା

କରମଣ୍ତଳ ଏକ୍ସପ୍ରେସ ଦୁର୍ଘଟଣା:ମୃତକଙ୍କୁ ଚିହ୍ନଟ ପାଇଁ କେବଳ ଏମସ୍ ଆସ ।
Jun 07, 2023, 9:18 am IST

ଆଜି ୯ ଟ୍ରେନ୍ ବାତିଲ୍

ବାହାନଗା ଦୁର୍ଘଟଣା ପାଇଁ ଆଜି ଦକ୍ଷିଣ ପୂର୍ବ ରେଳପଥ ଅଧିନରୁ ଛାଡିବା ପାଇଁ ଥିବା ୯ଟି ଟ୍ରେନ୍ ବାତିଲ ହୋଇଛି ।
Jun 07, 2023, 8:32 am IST

ବାହାନଗା ଟ୍ରେନ୍ ଦୁର୍ଘଟଣା:ପରିଚୟ ମିଳୁନଥିବା ମୃତଦେହର ଦିଲ୍ଲୀରେ ହେବ ଡିଏନଏ ଟେଷ୍ଟ
Jun 06, 2023, 10:53 pm IST

ପରିଚୟ ମିଳିନଥିବା କେତେକ ମୃତକଙ୍କ ଡିଏନ୍ଏ ପରୀକ୍ଷା ହେବ । ଅଚିହ୍ନା ଏବଂ ଦ୍ୱନ୍ଦ ସୃଷ୍ଟି କରୁଥିବା ମୃତଦେହର ହେବ ଡିଏନଏ ଟେଷ୍ଟ । ରିପୋର୍ଟ ଆସିବା ପରେ ପରିବାରକୁ ମୃତଦେହ ହସ୍ତାନ୍ତର କରାଯିବ ବୋଲି ଏମ୍ସ ନିର୍ଦ୍ଦେଶକ କହିଛନ୍ତି ।
Jun 06, 2023, 10:32 pm IST

ଏମସରେ ଚିହ୍ନଟ ହେଉଥିବା ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନର ହୋଇଛି । ଏମସରେ ଚିହ୍ନଟ ହୋଇନଥିବା ୫୨ଟି ମୃତଦେହର ଡିଏନଏ ସାମ୍ପଲ ନିଆଯାଇଛି । ସେଗୁଡ଼ିକ ଆସନ୍ତାକାଲି ଦିଲ୍ଲୀ ଏମସକୁ ଟେଷ୍ଟ ପାଇଁ ପଠାଯିବ ।
Jun 06, 2023, 10:22 pm IST

ବାହାନଗା ଟ୍ରେନ ଦୁର୍ଘଟଣାରେ ପରିଚୟ ମିଳୁନଥିବା ମୃତଦେହର ଦିଲ୍ଲୀରେ ହେବ ଡିଏନଏ ଟେଷ୍ଟ । ଅଚିହ୍ନା ଏବଂ ଦ୍ବନ୍ଦ୍ବ ସୃଷ୍ଟି କରୁଥିବା ମୃତଦେହର ଡିଏନଏ ଟେଷ୍ଟ କରାଯିବ ।
Jun 06, 2023, 8:22 pm IST

ଦୁର୍ଘଟଣାରେ ଶିକାର ହୋଇଥିବା ଗରିବ ଲୋକଙ୍କୁ ସେମାନଙ୍କ ଜୀବିକା ନିର୍ବାହ କରିବା ପାଇଁ ଗାଇ, ମଇଁଷି, ଛେଳି ଓ କୁକୁଡା ଦିଆଯିବ ସହିତ ମାଗଣାରେ ମୋବାଇଲ କନେକ୍ଟଟିଭିଟି ଯୋଗାଇ ଦିଆଯିବ।
Jun 06, 2023, 8:22 pm IST

ଭୟାବହ ଦୁର୍ଘଟଣାରେ ଯିଏ ବି ନିଜ ଶରୀରର ଅଙ୍ଗ ହରାଇ ଦେଇଛନ୍ତି ତାଙ୍କୁ ହୁଇଲ ଚେୟାର ଓ କୃତିମ ଅଙ୍ଗ ପ୍ରଦାନ କରାଯିବ। କେବଳ ଏତିକି ନୁହେଁ ଦୁର୍ଘଟଣାରେ ଶିକାର ହୋଇଥିବା ପୀଡିତ ମହିଳାଙ୍କର ବିଶେଷ ଧ୍ୟାନ ରଖାଯିବ ।
Jun 06, 2023, 8:21 pm IST

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ଆହତଙ୍କୁ ମାଗଣାରେ ସ୍ବାସ୍ଥ୍ୟ ସୁବିଧା ସହିତ ଔଷଧ ବି ପ୍ରଦାନ କରାଯିବ। ଏଥିସହିତ ଏହି ଫାଉଣ୍ଡେସନ ପୀଡ଼ିତ ପରିବାରର ଜଣେ ସଦସ୍ୟଙ୍କୁ ଜିଓ ଓ ରିଲାଏନ୍ସ ରିଟେଲ ଜରିଆରେ ଚାକିରି ସୁବିଧା ଦେବ ।
Jun 06, 2023, 8:21 pm IST

ରିଲାଏନ୍ସ ପୀଡ଼ିତ ପରିବାର ପାଇଁ ବଡ଼ ଘୋଷଣା କରିଛି। ଏହି ଦୁର୍ଘଟଣାରେ ଶିକାର ହୋଇଥିବା ପୀଡ଼ିତ ପରିବାର ପାଇଁ ୬ମାସ ପର୍ଯ୍ୟନ୍ତ ମାଗଣାରେ ରାସନ ଦିଆଯିବ। ଏଥିସହିତ ରିଲାଏନ୍ସ ଷ୍ଟୋର ଜରିଆରେ ଅଟା, ଚିନି, ଡାଲି, ଚାଉଳ, ଲୁଣ ଓ ଖାଦ୍ୟ ପ୍ରସ୍ତୁତ ପାଇଁ ତେଲ ସମେତ ଅନେକ ସାମଗ୍ରୀ ମାଗଣାରେ ଯୋଗାଇ ଦିଆଯିବ।
Jun 06, 2023, 8:20 pm IST

୮୦ରୁ ୮୫ ମୃତଦେହ ଏବେ ବି ଚିହ୍ନଟ ହୋଇନାହିଁ।
Jun 06, 2023, 7:52 pm IST

ଆସନ୍ତାକାଲି (ବୁଧବାର) ସୁଦ୍ଧା ଆସିପାରେ ଅନ୍ୟାନ୍ୟ ମୃତଦେହ। ଏପର୍ଯ୍ୟନ୍ତ ୧୨୩ ରୁ ୭୧ଟି ମରଶରୀରକୁ ସେମାନଙ୍କର ପରିବାର ଳୋକଙ୍କୁ ହସ୍ତାନ୍ତର ସରିଛି। ୫୨ଟି ମୃତଦେହ ଏବେ ଏମ୍ସରେ ରହିଛି।
Jun 06, 2023, 7:37 pm IST

ଶ୍ରୀ ବିଶ୍ବସା କହିଛନ୍ତି ଯେ, ସବୁ ମୃତଦେହ କେବଳ ଏମ୍ସରେ ରହିବ। ଆମ ପାଖରେ ସବୁ ସାଧନ ଅଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (ହୁ) ଦ୍ଵାରା ଅନୁମୋଦିତ ୩ କଣ୍ଟେନରରେ ରହିଛି ୪୧ ଶରୀର।
Jun 06, 2023, 7:10 pm IST

ଏମ୍ସ ଭୁବନେଶ୍ୱରକୁ ଏପର୍ଯ୍ୟନ୍ତ ୧୨୩ଟି ମୃତଦେହ ଆସିସାରିଛି। କିନ୍ତୁ ଆହୁରି ୩୯ଟି ମୃତଦେହ ଆସିବ ବୋଲି ଭୁବନେଶ୍ୱରର କାର୍ଯ୍ୟନିର୍ବାହୀ ଆଶୁତୋଷ ବିଶ୍ୱାସ ମଙ୍ଗଳବାର ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି ।
Jun 06, 2023, 7:03 pm IST

ଭିଡିଓ

ପଶ୍ଚିମବଙ୍ଗ ସିଏମ୍ ମମତା ବାନାର୍ଜୀ ବାଲେଶ୍ୱର ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କୁ ମେଦିନୀପୁରର ଡାକ୍ତରଖାନାରେ ଭେଟିଛନ୍ତି ।
Jun 06, 2023, 7:00 pm IST

ଓଡ଼ିଶା ଟ୍ରେନ୍ ଦୁର୍ଘଟଣା

ଓଡ଼ିଶା ଟ୍ରେନ୍ ଦୁର୍ଘଟଣା
ଓଡିଶାର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା କହିଛନ୍ତି ଯେ, "ଯେଉଁମାନେ ରାସ୍ତା ଦେଇ ଶବ ସ୍ଥାନାନ୍ତର କରିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ରାଜ୍ୟ ସରକାର ଆମ୍ବୁଲାନ୍ସ ଯୋଗାଇ ଦେବେ । ମୃତଦେହ ସ୍ଥାନାନ୍ତର ପାଇଁ ଆମେ ସମସ୍ତ ଖର୍ଚ୍ଚ ବହନ କରିବୁ ଏବଂ ରେଳବାଇ ମାଧ୍ୟମରେ ସେହି ସଂସ୍ଥାଗୁଡ଼ିକୁ ସ୍ଥାନାନ୍ତର କରିବା ପାଇଁ ଆମର ବ୍ୟବସ୍ଥା ଅଛି। ଅଜ୍ଞାତ ବ୍ୟକ୍ତିଙ୍କ ପାଇଁ ଆମେ ଡିଏନ୍ଏ ନମୁନା ସଂଗ୍ରହ କରିବୁ । ସଂସ୍ଥା। ପ୍ରଭାବିତ ପରିବାର ପ୍ରତି କୌଣସି ଅସୁବିଧା ନହେବା ପାଇଁ ରାଜ୍ୟ ସରକାର କାର୍ଯ୍ୟ କରୁଛନ୍ତି ।"
Jun 06, 2023, 6:36 pm IST

ଭୁବନେଶ୍ୱର AIIMSରେ ଆଉ ୫୨ ମୃତଦେହ ରହିଛି

ଭୁବନେଶ୍ୱର AIIMSରେ ଆଉ ୫୨ ମୃତଦେହ ରହିଛି
ଭୁବନେଶ୍ୱର AIIMSରେ ଆଉ ୫୨ ମୃତଦେହ ରହିଥିବା କହିଲେ ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆଶୁତୋଷ ବିଶ୍ୱାସ । ଭୁବନେଶ୍ୱର AIIMSକୁ ମୋଟ ୧୨୩ଟି ମୃତଦେହ ଆସିଥିଲା । ୭୧ଟି ମୃତଦେହକୁ ଚିହ୍ନଟ କରାଯାଇ ପରିବାରକୁ ହସ୍ତାନ୍ତର ହୋଇଛି । ଆଉ ୫୨ଟି ମୃତଦେହ ରହିଛି, DNA ସାମ୍ପଲ ନିଆଯାଇଛି । ପରିବାର, ନିକଟ ସଂପର୍କୀୟ ଆସିଲେ DNA ମ୍ୟାଚିଂ କରାଯାଉଛି ।
Jun 06, 2023, 5:56 pm IST

ବାହାନଗା ଟ୍ରେନ ଟ୍ରାଜେଡି଼ ଅପଡ଼େଟ୍

ବାହାନଗା ଟ୍ରେନ ଟ୍ରାଜେଡି଼ ଅପଡ଼େଟ୍
ବାହାନଗା ଟ୍ରେନ ଟ୍ରାଜେଡି଼ ଅପଡ଼େଟ୍
Jun 06, 2023, 5:37 pm IST

କଦଳୀ ପତ୍ରରେ କରମଣ୍ଡଳ କରାଳ ଚିତ୍ର

କଦଳୀ ପତ୍ରରେ କରମଣ୍ଡଳ କରାଳ ଚିତ୍ର
କଦଳୀ ପତ୍ରରେ କରମଣ୍ଡଳ ରେଳ ଦୁର୍ଘଟଣାର କରୁଣ ଚିତ୍ର । ପତ୍ରରେ ଭୟଙ୍କର ଦୁର୍ଘଟଣାର ପ୍ରତିଟି ଚିତ୍ରକୁ ଜୀବନ୍ତ ଭାବେ ଆଙ୍କିଛନ୍ତି ବାଲେଶ୍ୱରର ଶିବଶଙ୍କର ନାୟକ ।
Jun 06, 2023, 4:50 pm IST

ବାହାନଗା ରେଳ ଦୁର୍ଘଟଣା:ମୃତ୍ୟୁ ସଂଖ୍ୟା ୨୮୮କୁ ଛୁଇଁଲା
Jun 06, 2023, 4:46 pm IST

ରେଳ ଦୁର୍ଘଟଣା:ମୃତ୍ୟୁ ସଂଖ୍ୟା ୨୮୮
Jun 06, 2023, 4:07 pm IST

ସରିଲା ଉଦ୍ଧାରକାର୍ଯ୍ୟ ଫେରିଲେ ଏନଡିଆରଏଫ ଯବାନ ।
Jun 06, 2023, 3:42 pm IST

ମାମଲା ରୁଜୁ କଲା CBI

GRP ଠାରୁ ତଦନ୍ତ ଭାର ନେଲା ସିବିଆଇ ।
Jun 06, 2023, 3:40 pm IST

ମାମଲା ରୁଜୁ କଲା CBI

ରେଳ ମନ୍ତ୍ରାଳୟ ଆବେଦନରେ ତଦନ୍ତ ପାଇଁ ସିବିଆଇ ପକ୍ଷରୁ ମାମଲା ରୁଜୁ ।
Jun 06, 2023, 3:19 pm IST

୩୧ ଜଣ ନିଖୋଜ ଅଛନ୍ତି-ମମତା ବାନାର୍ଜୀ

କଟକ ମେଡିକାଲ SCBରେ ଆହତଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ । ଆହତଙ୍କୁ ଭେଟିବା ପରେ ଟ୍ରେନ୍ ଦୁର୍ଘଟଣାକୁ ନେଇ ନିଜ ପ୍ରତିକ୍ରିୟା ରଖିଲେ ମମତା । କହିଲେ ବର୍ତ୍ତମାନ ମଧ୍ୟ ୩୧ ଜଣ ନିଖୋଜ ଅଛନ୍ତି ।
Jun 06, 2023, 3:01 pm IST

୯୫ ମୃତ ଦେହ ଚିହ୍ନଟ

ଭୁବନେଶ୍ୱର ଆସିଥିବା ୧୯୩ଟି ମୃତଦେହ ମଧ୍ୟରୁ ୯୫ଟି ଚିହ୍ନଟ ହୋଇସାରିଥିବା ନେଇ ସୂଚନା ରହିଛି ।
Jun 06, 2023, 2:29 pm IST

ଓଡ଼ିଶାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ଓଡ଼ିଶାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
ବିମାନ ବନ୍ଦରରୁ କଟକ ଗଲେ ମମତା ବାନାର୍ଜୀ । କଟକ SCB ମେଡିକାଲରେ ଆହତଙ୍କୁ ଭେଟିବେ । ମମତା ବାନାର୍ଜୀଙ୍କ ସହ ଆସିଛନ୍ତି ପଶ୍ଚିମବଙ୍ଗର ୨ ମନ୍ତ୍ରୀ । ୨ ମନ୍ତ୍ରୀ AIIMS ଗଲେ, କଟକ ଗଲେ ମମତା । ବିମାନ ବନ୍ଦରରେ ସ୍ବାଗତ କଲେ ମନ୍ତ୍ରୀ ତୁଷାରକାନ୍ତି ।
READ MORE

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+