କରମଣ୍ତଳ ଏକ୍ସପ୍ରେସ ଦୁର୍ଘଟଣା:ମୃତଦେହ ଚିହ୍ନଟ ପାଇଁ କେବଳ ଏମସ୍ ଯିବାକୁ ପରାମର୍ଶ

ଭୁବେନେଶ୍ୱର: ବାହାନଗା ଟ୍ରେଜେଡିରେ ମୃତକଙ୍କୁ ଚିହ୍ନଟ ପାଇଁ ଏମସ୍ ଆସିବା ପାଇଁ ଦିଆଯାଇଛି ସୂଚନା । ରାଜଧାନୀର ଅନ୍ୟ ଡାକ୍ତରଖାନା ନ ଯାଇ କେବଳ ଭୁବନେଶ୍ୱର ସ୍ଥିତ ଏମସ୍ ଆସିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି ।

train accident

ସୂଚନାଅନୁସାରେ, ଗତକାଲି ସମ୍, କିମ୍ସ, ହାଇଟେକ୍ ଓ ଆମରି ଡାକ୍ତରଖାନାରେ ଥିବା ୩୯ ମୃତ ଦେହକୁ ଗତକାଲି ଏମସ୍ ସ୍ଥାନାନ୍ତର କରାଯାଇଛି । ଏମସରେ ବର୍ତ୍ତମାନ ସୁଦ୍ଧା ସମୁଦାୟ ୧୬୨ଟି ମୃତଦେହ ପହଞ୍ଚି ସାରିଛି । ଯାହା ମଧ୍ୟରୁ ୭୧ଟି ମୃତଦେହକୁ ସେମାନଙ୍କ ସଂପର୍କୀୟମାନଙ୍କୁ ହସ୍ତାନ୍ତର କରାଯାଇଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ମୃତକଙ୍କ ଚିହ୍ନଟ ପ୍ରକ୍ରିୟା ଏବେ ମଧ୍ୟ ଜାରି ରହିଛି ।

ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସୂଚନା ଅନୁସାରେ, ଦୁର୍ଘଟଣାରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଛି । ଯାହା ମଧ୍ୟରୁ ୨୦୫ଟି ମୃତ ଦେହକୁ ଚିହ୍ନଟ ହୋଇସାରିଛି ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି । ଆଉ ୮୩ଟି ମୃତଦେହ ଚିହ୍ନଟ ହୋଇପାରି ନାହିଁ ।

ବର୍ତ୍ତମାନ ସୁଦ୍ଧା ସଂଖ୍ୟକ ମୃତଦେହ ଆହୁରି ଚିହ୍ନଟ ହୋଇନାହିଁ

କଟକ ବଡ ମେଡିକାଲ୍‌ରେ ସମୁଦାୟ ୨୦୧ ଜଣ ଚିକିତ୍ସିତ ହେଉଥିଲେ। ସେଥି ମଧ୍ଯରୁ ୬୧ ଜଣଙ୍କୁ ଡିସ୍‌ଚାର୍ଜ୍‌ କରାଯାଇଛି। ଏବେ କଟକ ବଡ ମେଡିକାଲରେ ୧୪୦ ଜଣ ଚିକିତ୍ସିତ ଅଛନ୍ତି।

ଟ୍ରମା କେୟାର୍ ଆଇସିୟୁରେ ୫ଜଣ ଏବଂ ସେଣ୍ଟ୍ରାଲ ଆଇସିୟୁରେ ୫ ଜଣ ଗୁରୁତର ଆହତ ଚିକିତ୍ସିତ ଅଛନ୍ତି। ସବୁଠାରୁ ବଡ କଥା ହେଲା ୭ ଜଣଙ୍କ କୌଣସି ପରିଚୟ ମିଳି ପାରି ନାହିଁ। ଅର୍ଥାତ୍ ସେମାନଙ୍କ କୌଣସି ସମ୍ପର୍କୀୟ ଆସି ନାହାନ୍ତି।

୬୮୮ ଜଣଙ୍କୁ ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯାଇଛି ବୋଲି ରେଲବାଇ ପକ୍ଷରୁ ସୂଚନା ଦିଆଯାଇଛି। ସେମାନଙ୍କୁ ସମୁଦାୟ ୧୯ କୋଟି ୯୬ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+