ଟ୍ରେନ୍ ଟ୍ରାଜେଡି:ଭଙ୍ଗାଗଲା ମୃତ ଦେହ ରଖାଯାଇଥିବା ହାଇସ୍କୁଲ
ଟ୍ରେନ୍ ଟ୍ରାଜେଡି:ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରେ ବର୍ତ୍ତମାନ ଭଙ୍ଗାଯାଉଛି ବାହାନଗା ହାଇସ୍କୁର ଘର । ଟ୍ରେନ୍ ଦୁର୍ଘଟଣା ପରେ
ମୃତଦେହ ଏହି ସ୍କୁଲରେ ରଖାଯାଇଥିଲା । ଛାତ୍ରଛତ୍ରୀ ମାନେ ଭୟ କରୁଥିବାରୁ ସଂପୃକ୍ତ ସ୍କୁଲ ଘରକୁ ଭାଙ୍ଗୁଛି ପ୍ରଶାସନ । ଆଜି ସ୍କୁଲ ପରିଚାଳନା କମିଟି ଉପସ୍ଥିତିରେ ଭଙ୍ଗା ଯାଉଛି ସ୍କୁଲ ଘର ।

ସୂଚନାଥାଉକି, ଗତ 2 ତାରିଖରେ ବାହନଗା ରେଳ ଷ୍ଟେସନରେ ଭୟଙ୍କର ରେଳ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହକୁ କିଛି ସମୟ ପାଇଁ ବାହାନଗା ହାଇସ୍କୁଲରେ ରଖାଯାଇଥିଲା ।
ପରେ ମୃତଦେଗୁଡ଼ିକୁ ଅନ୍ୟତ୍ର ନିଆଯାଇ ସ୍କୁଲ ବିଶୋଧନ କରାଯାଇଥିଲେ ମଧ୍ୟ ଛାତ୍ରଛାତ୍ରୀ, ଶିକ୍ଷକ, ଜନସାଧାରଣଙ୍କ ମଧ୍ୟରେ ଭୟ ରହିଛି । ପିଲାମାନେ ସ୍କୁଲ ଯିବାକୁ ଡରୁଥିବାରୁ ଅଭିଭାବକ ମାନେ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ସ୍କୁଲଘର ଭାଙ୍ଗି ଏହାର ପୁନଃନିର୍ମାଣ ପାଇଁ ବିଭିନ୍ନ ମହଲରେ ଦାବି ହୋଇଥିଲା ।












Click it and Unblock the Notifications