ନାବାଳକ ଚା’ ଦୋକାନୀଙ୍କୁ ଗୋଇଠା ମାରିବା ଘଟଣା, ପୋଲିସ କର୍ମଚାରୀ ଏ.କେ ବିଶ୍ୱାଳ ନିଲମ୍ବିତ

ନାବାଳକ ଚା’ ବିକାଳିଙ୍କୁ ଗୋଇଠା ମାରି ନିଲମ୍ବିତ ହେଲେ ପୋଲିସ କର୍ମଚାରୀ ଏକେ ବିଶ୍ୱାଳ । ଏଥିସହ ପିସିଆର ଭ୍ୟାନରେ ଥିବା ଅନ୍ୟ କର୍ମଚାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ ।

ଭୁବନେଶ୍ୱର: ନାବାଳକ ଚା' ବିକାଳିଙ୍କୁ ଗୋଇଠା ମାରି ନିଲମ୍ବିତ ହେଲେ ପୋଲିସ କର୍ମଚାରୀ ଏକେ ବିଶ୍ୱାଳ । ଏଥିସହ ପିସିଆର ଭ୍ୟାନରେ ଥିବା ଅନ୍ୟ କର୍ମଚାରୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ । ଜଣେ ଅତିରକ୍ତ ଡିସିପି ପାରହ୍ୟାର ଅଧିକାରୀ ଏହି ଘଟଣାର ଯାଞ୍ଚ କରିବେ । ଭିଡିଓ ଭାଇରାଲ୍ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ଡିସିପି ଉମାଶଙ୍କର ଦାଶ ।

Minor Tea Seller

ଘଟଣା କ୍ରମ-

ଘଟଣାଟି ରାଜଧାନୀ ଭୁବନେଶ୍ୱରର ସହିଦ ନଗର ଥାନା ଅନ୍ତର୍ଗତ କେସୁରା ଅଞ୍ଚଳରେ ଘଟିଛି । ଦୁଇ ଦିନ ତଳେ କେସୁରାରେ ଏହି ନାବାଳକ ଜଣଙ୍କ ଦିନ ଗୋଟାଏ ପରେ ବି ତାଙ୍କ ଚା' ଦୋକାନ ଖୋଲା ରଖିଥିଲେ। ଏହି ସମୟରେ ପହଞ୍ଚିଥିଲେ ପାଟ୍ରୋଲିଂରେ ଥିବା ପୋଲିସ୍ କର୍ମଚାରୀ। ପିଲାଟି କିଛି ବୁଝିବା ପୂର୍ବରୁ ସେ ତାକୁ ଗୋଇଠା ପରେ ଗୋଇଠା ମାରିଥିଲେ। ଚା' ଦୋକାନୀ ଜଣଙ୍କ ନାବାଳକ ବୋଲି ଜାଣି ସୁଦ୍ଧା ସେ ନିସ୍ତୁକ ମାଡ଼ ମାରିଥିଲେ। ପୋଲିସ୍ କର୍ମଚାରୀ ଜଣଙ୍କ କେବଳ ମାଡ଼ ମାରି ନଥିଲେ। ସେ ଓ ତାଙ୍କ ସହଯୋଗୀମାନେ ଦୋକାନ ଭିତରେ ପଶି କିଛି ଜିନିଷ ବି ନେଇଯାଇଥିଲେ। ଏହି ଘଟଣାରେ ପୋଲିସ କର୍ମଚାରୀ ଏକେ ବିଶ୍ୱାଳଙ୍କୁ ନିଲମ୍ବନ କରାଯାଇଛି।

ଏହା ଛଡ଼ା ଘଟଣା ଦିନ ପିସିଆର୍ ଡ୍ୟୁଟିରେ ଥିବା ଅନ୍ୟ କର୍ମଚାରୀଙ୍କ ଭୂମିକା ନେଇ ତଦନ୍ତ ହେବ ବୋଲି ଡିସିପି କହିଛନ୍ତି । ଏଥିପାଇଁ ତଦନ୍ତ ଦାୟିତ୍ୱ ଅତିରିକ୍ତ ଡିସିପିଙ୍କୁ ଦିଆଯାଇଛି । ହୋମଗାର୍ଡ ଜଣଙ୍କ ନାବାଳକଙ୍କୁ ଲାତ୍ ମାରିବା ବେଳେ ଅନ୍ୟ କର୍ମଚାରୀ କାହିଁକି ଅଟକାଇଲେ ନାହିଁ । ଓମଫେଡ୍ ବୁଥରୁ ନିଆଯାଇଥିବା ବ୍ରେଡ୍ ଓ କ୍ଷୀର ସବୁ କିଏ ନେଲା ? ଏଭଳି ଅନେକ ଦିଗର ତଦନ୍ତ କରିବେ ଅତିରିକ୍ତ ଡିସିପି । ଏଥିସହ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜକୁ ଅନୁଧ୍ୟାନ କରିବ ପୋଲିସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+