Get Updates
Get notified of breaking news, exclusive insights, and must-see stories!

ଚାଷୀ ଆନ୍ଦୋଳନ ପାଇଁ ବିରୋଧୀଙ୍କୁ ଦାୟୀ କଲେ ସମବାୟ ମନ୍ତ୍ରୀ, କହିଲେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭ଟି ମଣ୍ଡି ଖୋଲିଛି

ଧାନ ଉଠାଣ ନେଇ ଚାଷୀ କରୁଥିବା ଆନ୍ଦୋଳନ ନେଇ ବିରୋଧୀଙ୍କୁ ଦାୟୀ କଲେ ସମବାୟ ମନ୍ତ୍ରୀ । ସମବାୟ ମନ୍ତ୍ରୀ କହିଛନ୍ତି ବିରୋଧୀ ତିଳକୁ ତାଳ କରୁଛନ୍ତି କିନ୍ତୁ ସେମିତି ବଡ଼ ଆନ୍ଦୋଳନ କେଉଁଠି ନାହିଁ । ମୁଁ ସିଧାସଳଖ କଥା ହେଉଛି, ଜିଲ୍ଲାପାଳ ଓ ଅଧିକାରୀଙ୍କ ସହ କଥା ହୋଇ ମନିଟରିଂ ମଧ୍ୟ କରୁଛି।

pradrrp balsamanr

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ବର୍ତ୍ତମାନ ସୁଦ୍ଧା ରାଜ୍ୟର ୭ଟି ଜିଲ୍ଲାରେ ମଣ୍ଡି ଖୋଲିଛି । ବରଗଡ଼ରେ ୬୪ ହାଜର ୯୧୩ ମେଟ୍ରିକ୍ ଟନ୍ ଆସିଥିବା ବେଳେ ସେଥିମଧ୍ୟରୁ ୬୪ ହାଜର ୬୫୨ ମେଟ୍ରିକ୍ ଟନ୍ ଧାନ ଉଠାଯାଇଛି । ବଲାଙ୍ଗିରରୁ ୧୬୦ ମେଟ୍ରିକ୍ ଟନ୍ ଆସିଥିଲା, ସେଥିମଧ୍ୟରୁ ୧୫୭ ମେଟ୍ରିକ୍ ଟନ୍ ଧାନ ଉଠାଯାଇଛି । କଳାହାଣ୍ଡିରୁ ୧୧ ହଜାର ୫୪୨ ମେଟ୍ରିକ୍ ଟନ୍ ଧାନ ଆସିଥିବା ବେଳେ ୧୧ ହଜାର ୪୮୬ ମେଟ୍ରିକ୍ ଟନ୍ ଧାନ ଉଠାଯାଇଛି । ନୂଆପଡ଼ାରୁ ୭ ହଜାର ୭୯୮ ମେଟ୍ରିକ୍ ଟନ୍ ଧାନ ଆସିଥିବା ବେଳେ ସେଥିରୁ ୭ ହଜାର ୭୨୭ ମେଟ୍ରିକ୍ ଟନ୍ ଧାନ ଉଠିଯାଇଛି । ସମ୍ବଲପୁରରୁ ୬୯ ହଜାର ୯୮୮ ମେଟ୍ରିକ୍ ଟନ୍ ଆସିଥିବା ବେଳେ ୬୯ ହଜାର ୯୭୦ ମେଟ୍ରିକ୍ ଟନ୍ ଧାନ ଉଠିଯାଇଛି । ସୋନପୁରରୁ ୩୭ ମେଟ୍ରିକ୍ ଟନ୍ ଓ ସୁନ୍ଦରଗଡ଼ରୁ ୧୧ ମେଟ୍ରିକ୍ ଟନ୍ ଧାନ ଆସିଥିବା ବେଳେ ସବୁ ଧାନ ଉଠିଯାଇଛି । କିଛି ସ୍ଥାନରେ ଟୋକନ ପହଞ୍ଚିନଥିବାରୁ ଆନ୍ଦୋଳନ ହେଉଛି । କିନ୍ତୁ ଆମେ ନିର୍ଦ୍ଦେଶ ଦେଇଛୁ ଟୋକନ ପହଞ୍ଚାଇବା ସହ ସବୁ ସମସ୍ୟାର ସମାଧାନ କରାଯିବ ବୋଲି ସମବାୟ ମନ୍ତ୍ରୀ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+