ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିବାଦ: ଧାମନଗରରେ ଲାଗିଲା ୧୬୩ ଧାରା, ବନ୍ଦ ହେଲା ଇଣ୍ଟରନେଟ୍ ସେବା

Bhadrak News: ସୋସିଆଲ ମିଡିଆ ପୋଷ୍ଟକୁ ନେଇ ସୃଷ୍ଟି ହେଲା ବିବାଦ । ଭଦ୍ରକରେ ତୁମୁଳକାଣ୍ତ ପରେ ଧାମନଗରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଲାଗିଲା ୧୬୩ ଧାରା । ଅନ୍ୟପଟେ ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି । ଭଦ୍ରକ ସହରରେ ୧୦ ପ୍ଲାଟୁନ୍ ପୋସିଲ ଫୋର୍ସ ମୁତୟନ ହେବା ସହ ଅନେକ ଅଫିସର ନିୟୋଜିତ ଅଛନ୍ତି । ସେହିପରି ବନ୍ଦ ହେଲା ଇଣ୍ଟରନେଟ୍ ସେବା ।

Bhadrak

ତେବେ କୌଣସି ମିଥ୍ୟା ଗୁଜବ ନ ଶୁଣି ବା ମିଥ୍ୟା ସୋସିଆଲ ମିଡିଆ ପୋଷ୍ଟ ଉପରେ ବିଶ୍ୱାସ ନ କରିବା ପାଇଁ ଏବଂ ଶାନ୍ତି ବଜାୟ ରଖିବାକୁ ବାଲେଶ୍ୱର ଡିଆଇଜି ଅପିଲ କରିଛନ୍ତି । ତେବେ ଏକ ସୋସିଆଲ ମିଡିଆ ପୋଷ୍ଟକୁ ନେଇ ବିରୋଧୀ ଗୋଷ୍ଠୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । ରାଲି କରି ଯାଉଥିବା ବେଳେ ପୋଲିସ ଅଟକାଇବାରୁ କିଛି ଯୁବକ ପୋଲିସ ଉପରେ ଆକ୍ରମଣ କରିଥିଲେ । ଏଥିରେ ଜଣେ ପୋଲିସ ଏସଆଇଙ୍କ ସମେତ ଅନ୍ୟ ଜଣେ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ଏପରିକି ପୋଲିସ ଗାଡ଼ି ଓ ତହସିଲଦାର ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରାଯାଇଛି ।

ସେହିପରି ପୋଲିସ ଡିଆଇଜି କହିଛନ୍ତି, ବିବାଦୀୟ ପୋଷ୍ଟର ସାଇବର ସେଲ୍ ତଦନ୍ତ କରାଯିବ । ହେଲେ ପୋଲିସ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଛଡାଯିବ ନାହିଁ । ସେ ଆହୁରି କହିଛନ୍ତି, ସୋସିଆଲ ମିଡିଆରେ ଏକ ବିବାଦୀୟ ପୋଷ୍ଟ କରିଥିବା ବ୍ୟକ୍ତିଙ୍କୁ ଗିରଫ କରିବା ଦାବି କରି ରାଲି ଆରମ୍ଭ ହୋଇଥିଲା । ଯେଉଁ ସମୟରେ ପୋଲିସ ଓ ବିକ୍ଷୋଭକାରୀ ମୁହାଁମୁହିଁ ହୋଇଥିଲେ । ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ଲାଠିଚାର୍ଜ କରାଯାଇଥିଲା । ଏହି ଘଟଣାରେ ୯ ଜଣଙ୍କୁ ଅଟକ ରଖାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+