ରଥ ଉଚ୍ଚତାକୁ ନେଇ ବିବାଦ: ପୁରୀ ଗଜପତିଙ୍କ ମନ୍ତ୍ରବ୍ୟ ପରେ ପ୍ରତିକ୍ରିୟା ରଖିଲେ କେନ୍ଦୁଝର ସେବାୟତ

ରଥ ଉଚ୍ଚତାକୁ ନେଇ ଦେଖା ଦେଇଛି ବିବାଦ । ପୁରୀ ଗଜପତିଙ୍କ ପ୍ରତିକ୍ରିୟାକୁ ନିନ୍ଦା କରିଛନ୍ତି କେନ୍ଦୁଝର ବଳଦେବଜୀଉ ମନ୍ଦିର ସେବାୟତ । ଗଜପତି ବୟାନ ଦେବା ପୂର୍ବରୁ ତର୍ଜମା କରିବାର ଥିଲା ବୋଲି କହିଛନ୍ତି କେନ୍ଦୁଝର ଜଗନ୍ନାଥ ମନ୍ଦିରର ପହଣ୍ଡିଆ ସେବକ ବିପିନ ଦାସ ।

ପୁରୀ/କେନ୍ଦୁଝର: ରଥ ଉଚ୍ଚତାକୁ ନେଇ ଦେଖା ଦେଇଛି ବିବାଦ । ପୁରୀ ଗଜପତିଙ୍କ ପ୍ରତିକ୍ରିୟାକୁ ନିନ୍ଦା କରିଛନ୍ତି କେନ୍ଦୁଝର ବଳଦେବଜୀଉ ମନ୍ଦିର ସେବାୟତ । ଗଜପତି ବୟାନ ଦେବା ପୂର୍ବରୁ ତର୍ଜମା କରିବାର ଥିଲା ବୋଲି କହିଛନ୍ତି କେନ୍ଦୁଝର ଜଗନ୍ନାଥ ମନ୍ଦିରର ପହଣ୍ଡିଆ ସେବକ ବିପିନ ଦାସ ।

Puri Ratha Height

ସୂଚନାଥାଉ କି, ସବୁଠୁ ଅଧିକ ଉଚ୍ଚର ରଥ ଭାବେ କେନ୍ଦୁଝର ରଥକୁ ନିକଟରେ ଗିନିଜ ବୁକ୍ ଅଫ ରେକଡର୍ସରେ ସ୍ଥାନ ମିଳିଛି । ଯାହାକୁ ନାପସନ୍ଦ କରିଛନ୍ତି ପୁରୀ ଗଜପତି ଦିବ୍ୟ ସିଂହ ଦେବ । ସେ କହିଛନ୍ତି, ପୁରୀ ହେଉଛି ମୂଳପୀଠ । ଏଠାକାର ରଥ ସବୁଠୁ ଉଚ୍ଚ ରହି ଆସିଛି । ପରମ୍ପରା ଅନୁସାରେ ପୁରୁଷୋତ୍ତମ କ୍ଷେତ୍ର ପୁରୀର ରଥଠାରୁ ଆଉ କେହି ଅଧିକ ଉଚ୍ଚର ରଥ ନିର୍ମାଣ କରନ୍ତି ନାହିଁ । ଗଡ଼ଜାତ ଅଞ୍ଚଳରେ ମଧ୍ୟ ଏହାକୁ ସବୁବେଳେ ପାଳନ କରାଯାଇ ଆସୁଛି । ଏହି ପରମ୍ପରାକୁ ଅକ୍ଷୂର୍ଣ୍ଣ ରଖାଯିବା ଉଚିତ ।

ପୁରୀରେ ନନ୍ଦିଘୋଷ ରଥର ଉଚ୍ଚା ୪୪ ଫୁଟ ହୋଇଥିବା ବେଳେ କେନ୍ଦୁଝର ରଥର ଉଚ୍ଚତା ୭୨ ଫୁଟ । ରଥର ଗୋଲେଇ ୪୫ ଫୁଟ ହୋଇଥାଏ । ଏହି ରଥରେ ତିନି ଠାକୁର ଜଗନ୍ନାଥ ବଳଭଦ୍ର ଓ ମା' ସୁଭଦ୍ରା ଯାତ୍ରା କରିଥାନ୍ତି । ସବୁଠୁ ଅଧିକ ଉଚ୍ଚର ରଥ ଭାବେ ଏହାକୁ ଗିନିଜ ବୁକ୍ ରେକର୍ଡସରେ ସ୍ଥାନ ପାଇଛି ।

ମହାପ୍ରଭୁଙ୍କ ରଥକୁ ୟୁନେସ୍କୋ ମାନ୍ୟତା ପାଇଁ ଚାଲିଥିବା ସରକାରୀ ପ୍ରକ୍ରିୟା ସମ୍ପର୍କରେ ଗଜପତି କହିଛନ୍ତି, ଏ ସମ୍ପର୍କରେ ମୁଁ ଅବଗତ ନାହିଁ। ରାଜ୍ୟ ସରକାର କି କୌଣସି ପ୍ରଶାସନିକ ଅଧିକାରୀ ମୋତେ ଏନେଇ ସୂଚନା ଦେଇନାହାନ୍ତି । ରାଜ୍ୟ ସରକାର ଯଦି ଏଭଳି କିଛି ପ୍ରସ୍ତାବ ରଖିଛନ୍ତି, ତେବେ ନିୟମାନୁଯାୟୀ ଏହି ପ୍ରସ୍ତାବକୁ ଆଗକୁ ନେବେ ।

ଅନ୍ୟପଟେ ଆଗାମୀ ରଥଯାତ୍ରାକୁ ଆଉ ସପ୍ତାହେରୁ କମ୍ ସମୟ ବାକିଥିବା ବେଳେ ପୁରୀ ରଥଖଳାରେ ରଥ କାମ ଜୋରସୋର୍‌ରେ ଚାଲିଛି । ତିନିରଥର ୨୪ ଗୋଟି ନାଟଗୋଡ଼ ସମସ୍ତ ଦୁଆର ବେଢାରେ ସଂଯୁକ୍ତ ହୋଇଛି । ତିନିରଥର ବିଜେ ଚକା ନିର୍ମାଣ ଶେଷ ହୋଇଛି । ପ୍ରଭାରେ ରୂପ ଖୋଦେଇ ଜାରି ରହିଥିବା ବେଳେ କନ୍ୟା ପଟାରେ ଚିତ୍ର ଅଙ୍କନ ଚାଲିଛି । କମାରଶାଳରେ ଘୋଡା ଓ ସାରଥିଙ୍କ ପାଇଁ ବାଗିଆ କଣ୍ଟା ଏବଂ ଶୁଆକଣ୍ଟା ନିର୍ମାଣ ହେଉଛି । ଏହା ବ୍ୟତୀତ ରଥ କନାରେ ଲେସ ଫିଟିଙ୍ଗ ସହ ଫୁଲ ପକା କାର୍ଯ୍ୟ ଚାଲିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+