ଲକ୍ଷ୍ମୀ ବସକୁ ନେଇ ବିବାଦ ; ଆସନ୍ତାକାଲି ବନ୍ଦ ରହିବ ବସ ଚଳାଚଳ

ଲକ୍ଷ୍ମୀ ବସ୍ ଚଳାଚଳକୁ ବିରୋଧ କରି ତେଜିଲା ବିବାଦ। ଘରୋଇ ବସ୍ ବନ୍ଦ କରିବେ ପଶ୍ଚିମାଞ୍ଚଳ ଓ ଦକ୍ଷଣାଞ୍ଚଳର ବସ୍ ମାଲିକ ସଂଘ। ଆସନ୍ତାକାଲି ସନ୍ଧ୍ୟା ୬ଟାରୁ ୨୪ ଘଣ୍ଟିଆ ବସ୍ ଚଳାଚଳ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି।

୧୩ ଜିଲ୍ଲାର ୨୪ ଘରୋଇ ବସ୍ ମାଲିକ ସଂଘ ୨୪ ଘଣ୍ଟିଆ ଧର୍ମଘଟ କରିବ। ସେମାନେ ଅଭିଯୋଗ କରିଛନ୍ତି, ବିଜେଡି ସରକାର ଅମଳରେ ପ୍ରଥମେ ଟାୟାର ୱାନ ଲକ୍ଷ୍ମୀ ବସ୍ ଚାଲିଥିଲା। ପ୍ରତିବାଦ ପରେ ବନ୍ଦ ରହିଥିଲା।

ତେବେ ପୁଣି ଟାୟାର ଟୁ ଲକ୍ଷ୍ମୀ ବସ ଚଳାଚଳ ନେଇ ବସ ମାଲିକ ସଂଘ ପ୍ରତିବାଦ କରିଥିଲେ। ହେଲେ ନିର୍ବାଚନ ଯୋଗୁଁ ତାହା ସ୍ଥଗିତ ରହିଥିଲା। ବର୍ତ୍ତମାନ ସରକାର ବଦଳିଛି, ହେଲେ ବଦଳିନି ପୂର୍ବ ସରକାରଙ୍କ ଯୋଜନା।

ଏନେଇ ପରିବହନ ବିଭାଗ କିମ୍ବା ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । କଳାହାଣ୍ଡି ବସ୍‌ ମାଲିକ ସଂଘ ସଭାପତି ପ୍ରବୋଧ ରଥ କହିଛନ୍ତି, ୧୪ଟି ଜିଲ୍ଲା ଓ ୨୫ଟି ୟୁନିୟନ ଏହି ଆଲୋଚନାରେ ସାମିଲ ହୋଇଛନ୍ତି। ବର୍ଷେ ହେଲା ଆମେ ସଂଗ୍ରାମ ଜାରି ରଖିଛୁ। ଆମର ବସ୍‌ ମାଲିକ ଓ କର୍ମଚାରୀଙ୍କ ଦୁଃଖ ବୁଝିବାକୁ ସରକାର ଚେଷ୍ଟା କରନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+