Get Updates
Get notified of breaking news, exclusive insights, and must-see stories!

ଦୀଘାରେ ଜଗନ୍ନାଥ ଧାମ ନାଁ ବିବାଦ; ମୁହଁ ଖୋଲିରେ ମମତା ବାନାର୍ଜୀ

ଦୀଘାରେ ଜଗନ୍ନାଥ ଧାମ ନାଁ ବିବାଦ; ମୁହଁ ଖୋଲିରେ ମମତା ବାନାର୍ଜୀ । ଏତେ ରାଗ କାହିଁକି ବୋଲି ରାଜ୍ୟ ସରକାରଙ୍କୁ ମମତାଙ୍କ ଟାର୍ଗେଟ୍ । ପୁରୀ ମନ୍ଦିର ଓ ଜଗନ୍ନାଥଙ୍କୁ ଆମେ ସମ୍ମାନ କରୁ। ସାରା ଦେଶରେ କାଳୀ ମନ୍ଦିର ଓ ଗୁରୁଦ୍ବାର ଅଛି। ହେଲେ ଦୀଘା ମନ୍ଦିରକୁ ନେଇ ଏତେ ରାଗ କାହିଁକି ?

Controversy over Jagannath Dham name in Digha

ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପରେ ବିବାଦ ତେଜିବାରେ ଲାଗିଛି। ଏହାରି ଭିତରେ ଏପରି ପୋଷ୍ଟକୁ ନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ଯାହାକୁ ଜଗନ୍ନାଥ ପ୍ରେମୀ ନାପସନ୍ଦ କରିଛନ୍ତି।

ବିଭିନ୍ନ ମହଲରୁ ଏହାକୁ ନିନ୍ଦା କରାଯାଉଛି। ଶ୍ରୀକ୍ଷେତ୍ର ପୁରୀର ଗୌରବ ହାନି ହେଲା ଭଳି ଅପଚେଷ୍ଟା କରାଯାଉଛି ବୋଲି ଅଭିଯୋଗ ହୋଇଛି। ତେବେ ଶ୍ରୀକ୍ଷେତ୍ର ପୁରୀକୁ ବଦନାମ କରୁଛି କିଏ? କେବେ ହେବ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ସେନେଇ ପ୍ରଶ୍ନ ଉଠିଛି?

ଦୀଘା ଜଗନ୍ନାଥ ମନ୍ଦିର ବିବାଦ ଓ ବୟକଟ୍‌ ପୁରୀ ପ୍ରସଙ୍ଗ‌ରେ ଲୋକସେବା ଭବନରେ ସୋମବାର ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଗୁରୁତ୍ଵପୂର୍ଣ୍ଣ ବୈଠକ ଆରମ୍ଭ ହୋଇଛି। ବୈଠକରେ ଯୋଗ ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ। 'ଦାରୁ' ବିବାଦ, ଦୀଘା ଜଗନ୍ନାଥ ଧାମ ବିବାଦ, ସେବାୟତ ରାମକୃଷ୍ଣ ଦାସମହାପାତ୍ରଙ୍କ ବିରୋଧରେ ଆସିଥିବା ଅଭିଯୋଗ, ପଶ୍ଚିମବଙ୍ଗରେ ଚାଲିଥିବା ବୟକଟ୍‌ ପୁରୀ କ୍ୟାମ୍ପେନ ପ୍ରସଙ୍ଗରେ ବିସ୍ତୃତ ଭାବେ ବୈଠକରେ ଆଲୋଚନା କରାଯିବ। ଗତକାଲି ଶ୍ରୀମନ୍ଦିିର ପ୍ରଶାସନ କାର୍ଯ୍ୟାଳୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ। ଏଥିରେ ଦଇତାପତି ନିଯୋଗ ସମ୍ପାଦକ ରାମକୃଷ୍ଣ ଦାସମହାପାତ୍ରଙ୍କୁ ପ୍ରାୟ ୪୫ ମିନିଟ୍‌ ଜେରା କରାଯାଇଥିଲା। ଆଜିର ବୈଠକରେ ମନ୍ତ୍ରୀଙ୍କୁ କାଲିର ବୈଠକ ବିଷୟରେ ଅବଗତ କରାଯିବ। ବୈଠକରେ କିଛି ବଡ଼ ନିଷ୍ପତ୍ତି ନେଇପାରନ୍ତି ସରକାର।

ନୀତି ପ୍ରଶାସକଙ୍କୁ ଖୁଣ୍ଟିଆ ନିଯୋଗ ଭିତର ଛାମୁ ସେବାୟତ କମିଟିର ଚିଠି । ରାମକୃଷ୍ଣ ଦାସମହାପାତ୍ରଙ୍କ କାର୍ଯ୍ୟ ଦୁଃଖଦାୟକ ଓ ନିନ୍ଦନୀୟ ଦର୍ଶାଇଲେ।
ଅର୍ଥ ଲୋଭ ପାଇଁ ଏପରି କରିଛନ୍ତି ବୋଲି ଅଭିଯୋଗ ବାଢ଼ିଲେ । ମହାପ୍ରଭୁଙ୍କ ସେବା ପୂଜାରୁ ବଞ୍ଚିତ କରିବା ପାଇଁ ଦାବି ଜଣାଇଲେ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+