ଗଣେଶ ମୂର୍ତ୍ତି ନିର୍ମାଣକୁ ନେଇ ବିବାଦ, ହାଇକୋର୍ଟରେ ରୁଜୁ ହେଲା ମାମଲା
Cuttack: Controversy On Ganesh Idol Making , Case Registered At High Courtଗଣେଶ ମୂର୍ତ୍ତି ନିର୍ମାଣକୁ ନେଇ ବିବାଦ, ହାଇକୋର୍ଟରେ ରୁଜୁ ହେଲା ମାମଲା
କଟକ: ଆଉ ଦିନ କେଇଟା ପରେ ଗଣେଶ ପୂଜା । ପୂଜା ପାଇଁ ସବୁଠି ଏବେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ହେଲେ ଏବେ ଗଣେଶଙ୍କ ମୂର୍ତ୍ତିକୁ ନେଇ ଦେଖାଦେଇଛି ବିବାଦ । ଗଣେଶଙ୍କ ବିକୃତ ମୂର୍ତ୍ତି ନିର୍ମାଣ ପ୍ରସଙ୍ଗକୁ ନେଇ କଟକର ଜଣେ ମୂର୍ତ୍ତିକାରଙ୍କୁ ପୁରୀଘାଟ ଥାନାରେ ପକ୍ଷରୁ ତାଗିତ କରାଯାଇଛି । ଶିଳ୍ପୀଙ୍କ ଠାରୁ ଅଣ୍ତରଟେକିଂ ଲେଖି ମଧ୍ୟ ନେଇଛି ପୋଲିସ । ମୂର୍ତ୍ତିକୁ ବକୃତ ଦେଖାଇ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛି ପୋଲିସ ଯାହାପରେ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଶିଳ୍ପୀ ।

ତେବେ ଗଣେଶରଙ୍କ ବିକୃତ ମୂର୍ତ୍ତି ଯେପରି ସ୍କୁଲ ଛାତ୍ର ବେଶରେ ମୂର୍ତ୍ତି ନିର୍ମାଣ କରାଯାଇଥିବା ବେଳେ ଅନ୍ୟ ଏକ ମୂର୍ତ୍ତିରେ ଗଣେଶଙ୍କ ଉଗ୍ର ରୂପ ଦେଖିବାକୁ ମିଳିଛି । ଗଣେଶଙ୍କ ଏପରି ରୂପକୁ ନେଇ ବିବାଦ ଦେଖାଦେଇଛି । ପୋଲିସ ଏହି ସମସ୍ତ ମୂର୍ତ୍ତିକୁ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଉଥିବା ବେଳେ ଚିନ୍ତାରେ ଶିଳ୍ପୀ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । କାରଣ ଏପରି ମୂର୍ତ୍ତି ବନାଇବା ପାଇଁ ତାଙ୍କୁ ବରାଦ ଆସିଛି, ଏବେ ଏହି ସମସ୍ତ ମୂର୍ତ୍ତିକୁ ଭାଙ୍ଗିଲେ ସେଥି ପାଇଁ ଖର୍ଚ୍ଚ ହୋଇଥିବା ଅର୍ଥ କିଏ ଦେବ ଓ ତାଙ୍କୁ ପାରିଶ୍ରମିକ କିପରି ମିଳିବ ? ଏହାକୁ ନେଇ ମୂର୍ତ୍ତି ଶିଳ୍ପୀଙ୍କ ପକ୍ଷରୁ ହାଇକୋର୍ଟରେ ଏକ ମାମଲା ରୁଜୁ କରାଯାଇଛି । ସେହିପରି ପୋଲିସ ମୂର୍ତ୍ତି କାରିଗରଙ୍କୁ ନିର୍ଯାତନା ଓ ଦୁର୍ବ୍ୟବହାର ପାଇଁ କାର୍ଯ୍ୟାନୁଷ୍ଠାନ ମଧ୍ୟ ଦାବି କରାଯାଇଛି ।












Click it and Unblock the Notifications