ବଢିଲା ବିବାଦୀୟ ଆଇପିଏସ ରାଜେଶ ପଣ୍ତିତଙ୍କ ନିଲମ୍ବନ ଅବଧି
Odisha News: ବଢିଲା ବିବାଦୀୟ ଆଇପିଏସ ରାଜେଶ ପଣ୍ତିତଙ୍କ ନିଲମ୍ବନ ଅବଧି । ଆହୁରି ୬୦ ଦିନ ନିଲମ୍ବନ ଅବଧି ବୃଦ୍ଧି ପାଇଛି । ପ୍ରଥମେ ୬୦ ଦିନ ଚାକିରିରୁ ସସପେଣ୍ତ ହୋଇଥିଲା ଯାହା ପରେ ସେପ୍ଚେମ୍ବର ୨୮ରେ ତାଙ୍କ ନିଲମ୍ବନ ଅବଧି ୧୨୦ ଦିନ ପାଇଁ ବୃଦ୍ଧି କରାଯାଇଥିଲା ।

ଭାରତୀୟ ପୋଲିସ ସେବା ଆଇନ ଉଲ୍ଲଙ୍ଘନ କରିବା ଅଭିଯୋଗରେ ୨୦୦୭ ବ୍ୟାଚର ଆଇପିଏସ ଅଧିକାରୀ ରାଜେଶ ପଣ୍ଡିତଙ୍କୁ ନିଲମ୍ବିତ କରାଯାଇଥିଲା । ଏହି ମାମଲାର ସମୀକ୍ଷା ପାଇଁ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା କମିଟିର ବୈଠକ ପରେ ସମସ୍ତ ଦଲିଲର ଯାଞ୍ଚ କରାଯାଇଥିଲା । IPS ଅଫିସର ରାଜେଶ ପଣ୍ତିତଙ୍କ ନିଲମ୍ବନ ଅବଧି ବଢା ଯାଇଥିଲା ।












Click it and Unblock the Notifications