Get Updates
Get notified of breaking news, exclusive insights, and must-see stories!

ହଟିନି ବିବାଦୀୟ ଜଗନ୍ନାଥ ଧାମ ନାମ; ଗୋଟିଏ ନାମଫଳକରୁ ହଟିଛି, ୱେବସାଇଟ୍‌ରେ ସ୍ପଷ୍ଟ ଭାବେ ଲେଖା ଯାଇଛି ଜଗନ୍ନାଥ ଧାମ ଦୀଘା 

ଦୀଘାରେ ହଟିନି ବିବାଦୀୟ ଜଗନ୍ନାଥ ଧାମ ନାମ । କେବଳ ଗୋଟିଏ ନାମଫଳକରୁ ହଟିଛି। ମାତ୍ର ୱେବସାଇଟ୍‌ରେ ରହିଛି। ୱେବସାଇଟ୍‌ରେ ସ୍ପଷ୍ଟ ଭାବେ ଲେଖା ଯାଇଛି ଜଗନ୍ନାଥ ଧାମ ଦୀଘା ।

ଦୀଘାରେ ହଟିନି ବିବାଦୀୟ ଜଗନ୍ନାଥ ଧାମ ନାମ । କେବଳ ଗୋଟିଏ ନାମଫଳକରୁ ହଟିଛି। ମାତ୍ର ୱେବସାଇଟ୍‌ରେ ରହିଛି। ୱେବସାଇଟ୍‌ରେ ସ୍ପଷ୍ଟ ଭାବେ ଲେଖା ଯାଇଛି ଜଗନ୍ନାଥ ଧାମ ଦୀଘା ।

controversial digha jagannath dham
ଦୀଘା ମନ୍ଦିରରୁ 'ଜଗନ୍ନାଥ ଧାମ' ନାମଫଳକ ହଟିଥିବସୂଚନା ଦେଲେ ବିଜେପି IT ସେଲ୍‌ ଅଧ୍ୟକ୍ଷ ଅମିତ ମାଲବ୍ୟ । ଜଗନ୍ନାଥ ପ୍ରେମୀଙ୍କ ବିରୋଧ ପରେ ପଶ୍ଚିମବଙ୍ଗ ସରକାର କାଢ଼ିଥିବା ସୂଚନା । ହିନ୍ଦୁ ଏକତାର ବିଜୟ ଓ ମମତାଙ୍କ ପ୍ରତି ଶକ୍ତ ଧକ୍କା ବୋଲି 'ଏକ୍ସ'ରେ ଲେଖିଲେ । ଯେତେବେଳେ ହିନ୍ଦୁ ଏକାଠି ହେବେ, କୌଣସି ହୀନ ରାଜନୀତି ତିଷ୍ଠିବନି ।
ଦୀଘା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଥମିବାର ନାଁ ଧରୁନି । ଏହି ପ୍ରସଙ୍ଗରେ ଆଜି ପ୍ରଥମ ଥର ପ୍ରତିକ୍ରିୟା ରଖିଛନ୍ତି ମମତା ବାନାର୍ଜୀ । ତେବେ ଏହାପରେ କଡ଼ା ଜବାବ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

ସେ କହିଛନ୍ତି, "ଜଣେ ହିନ୍ଦୁ ବିରୋଧୀ, ଜଗନ୍ନାଥ ବିରୋଧୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ପ୍ରତିଦିନ ଗଣତନ୍ତ୍ରକୁ ରକ୍ତାକ୍ତ କରୁଛନ୍ତି ।" ମମତା ଶ୍ରୀକ୍ଷେତ୍ରର ବିକଳ୍ପ ତିଆରି କରିବାକୁ ଚେଷ୍ଟା କରୁଛ କି ବୋଲି ପ୍ରଶ୍ନ କରିଛନ୍ତି ରାଜସ୍ୱ ମନ୍ତ୍ରୀ ।

ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, "ତୁମେ କେତେ ଜଗନ୍ନାଥପ୍ରେମୀ ଆମେ ଦେଖିଛୁ । କେତେ ଜଗନ୍ନାଥ ଭକ୍ତଙ୍କ ଉପରେ ପଶ୍ଚିମବଙ୍ଗରେ ପ୍ରତିଦିନ ଆକ୍ରମଣ ହେଉଛି, କେତେ ମାତା ସୁଭଦ୍ରା ପଶ୍ଚିମବଙ୍ଗରେ ଅତ୍ୟାଚାରର ଶିକାର ହେଉଛନ୍ତି ।" କେତେ ବାଂଲାଦେଶୀ ଅନୁପ୍ରବେଶକାରୀମାନଙ୍କୁ ଭୋଟ୍‌ ପାଇଁ ପଶ୍ଚିମବଙ୍ଗରେ ପୁରାଉଛ ବୋଲି ପ୍ରଶ୍ନ କରି ମମତାଙ୍କୁ ଟାର୍ଗେଟ କରିଛନ୍ତି ସୁରେଶ ପୂଜାରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+