ନବୀନଙ୍କ ନାଁରେ ଏତଲା
ଭୁବନେଶ୍ୱର: ଗତ ସାଧାରଣ ନିର୍ବାଚନରେ ବିଜେଡି ଭୁଶୁଡ଼ିଥିଲା ୨୪ ବର୍ଷର ଦୁର୍ଗ । ଦଳ କାହିଁକି ପରାଜୟର ସମ୍ମୁଖୀନ୍ନ ହେଲା ତାହା ଉପରୁ ଏପର୍ଯନ୍ତ ଉଠିନି ପରଦା । ଆଉ ଏସବୁ ଭିତରେ ବିଜେଡ଼ିକୁ ଲାଗିଛି ଆଉ ଏକ ଝଟକା । ବିଜେଡି ସୁପ୍ରିମମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଆଁରେ ରାଜଧାନୀ ଭୁବନେଶ୍ୱର ମଞ୍ଚେଶ୍ୱର ଥାନାରେ ଏତଲା ଦେଇଛି ନିଖିଳ ଓଡ଼ିଶା ଠିକାଦାର ମହାସଂଘ ।
ନବୀନ ପଟ୍ଟନାୟକଙ୍କ ସହ ବିଜେଡିର ୬ ନେତା ଓ ପୂର୍ତ୍ତ ସଚିବଙ୍କ ନାଁରେ ବି ଏତଲା ଦିଆଯାଇଛି । ପ୍ରତିଶ୍ରୁତି ସତ୍ତ୍ୱେ ଦାବି ପୂରଣ କରାଯାଇନଥିବାରୁ ମହାସଂଘ ପକ୍ଷରୁ ଏତଲା ଦିଆଯାଇଥିବା ଏବେ କୁହାଯାଉଛି ଅଭିଯୋଗ ଅନୁଯାୟୀ, ୨୦୧୯ରେ ଲୋୟର ପିଏମଜିରେ ୧୦ ଦଫା ଦାବି ନେଇ ମହାସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଥିଲା ।
ସେହି ସମୟରେ ବିଧାୟକ ଅନନ୍ତ ନାରାୟଣ ଜେନା ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସମସ୍ତ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଏହା ଭିତରେ ସାଢେ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଏହା ପୂରଣ ହୋଇନାହିଁ ।

ଏହାକୁ ନେଇ ଆଇନର ଦ୍ୱାରସ୍ଥ ହୋଇଛି ମହାସଂଘ । ଏଥିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପ୍ରଫୁଲ୍ଲ କୁମାର ମଲ୍ଲିକ, ପ୍ରତାପ ଜେନା, ସୁଦାମ ମାରାଣ୍ଡି, ସୁଶାନ୍ତ ସିଂହ, ରଘୁନନ୍ଦନ ଦାସ ଏବଂ ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବଙ୍କ ନାମରେ ଏତଲା ଦିଆଯାଇଥିବା କୁହାଯାଇଛି ।












Click it and Unblock the Notifications