ଓମିକ୍ରନ ଆସିଲା, ବଢିଲା ଚିନ୍ତା: ରାଜଧାନୀକୁ ଫେରିଲା କଣ୍ଟେନମେଣ୍ଟ ଜୋନ୍

କରୋନାର ନୂଆ ଭାରିଆଣ୍ଟ ଚିନ୍ତା ମଧ୍ୟରେ ରାଜଧାନୀ ଭୁବନେଶ୍ୱରକୁ ପୁଣି ଥରେ ଫେରିଛି କଣ୍ଟେନମେଣ୍ଟ ଜୋନ୍ । ବମିଖାଲର ଜୟଦୁର୍ଗା ନଗର ଓ ଭିଏସ୍ଏସ୍ ନଗରର ୧୧ ନମ୍ବର ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

ଭୁବନେଶ୍ୱର: ଓଡିଶାକୁ ପସିଲା ଓମିକ୍ରନ । କରୋନାର ନୂଆ ଭାରିଆଣ୍ଟ ଚିନ୍ତା ମଧ୍ୟରେ ରାଜଧାନୀ ଭୁବନେଶ୍ୱରକୁ ପୁଣି ଥରେ ଫେରିଛି କଣ୍ଟେନମେଣ୍ଟ ଜୋନ୍ । ବମିଖାଲର ଜୟଦୁର୍ଗା ନଗର ଓ ଭିଏସ୍ଏସ୍ ନଗରର ୧୧ ନମ୍ବର ୱାର୍ଡକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଏକାଧିକ କୋଭିଡ୍ ସଂକ୍ରମିତ ଚିହ୍ନଟ ପରେ ବିଏମସି ଏହି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି । କଣ୍ଟେନମେଣ୍ଟ ଜୋନରୁ କେହି ବାହାରକୁ ଯାଇପାରିବେ ନାହିଁ କି ପ୍ରବେଶ କରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି ।

containment zone returned to bhubaneswar

ବମିଖାଲ ଜୟଦୁର୍ଗା ନଗରର ପ୍ଲଟ ନମ୍ବର ୧୩୦୩/୧୩୦୪କୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । କଣ୍ଟେନମେଣ୍ଟ ଜୋନରେ ବିଏମସି ସମସ୍ତ ଅତ୍ୟାବଶ୍ୟକୀୟ ସେବା ଯୋଗାଇଦେବ । କଣ୍ଟେନମେଣ୍ଟ ଜୋନରେ ଥିବା ଲୋକ ୯୩୩୮୭୩୩୬୪୧ ନମ୍ବରରେ କଲ୍ କରି ଔଷଧ୍ୟ ଓ ଅନ୍ୟ ଜିନିଷ ମଗାଇ ପାରିବେ ।

ସେହିଭଳି ଭିଏସ୍ଏସ୍ ନଗର ୧୧ ନମ୍ବର ୱାର୍ଡର ପ୍ଲଟ୍ ନମ୍ବର ଏଇ-୨୧୦କୁ କଣ୍ଟେନମେଣ୍ଟ ଜୋନ୍ କରାଯାଇଛି । କଣ୍ଟେନମେଣ୍ଟ ଜୋନକୁ ଲାଗି ରହିଥିବା ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନକୁ ବନ୍ଦ କରାଯାଇଛି । ବିଏମସି ପକ୍ଷରୁ କଣ୍ଟେନମେଣ୍ଟ ଅଞ୍ଚଳରେ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପଲବ୍ଧ କରାଯିବ ।

ଉଲ୍ଲେଖଥାଉ କି, ଓଡ଼ିଶାରେ ଆଜି ଚିହ୍ନଟ ହୋଇଛି ପ୍ରଥମ ଓମିକ୍ରନ । ୨ଜଣଙ୍କ ଠାରେ ଓମିକ୍ରନ ଭୂତାଣୁ ଥିବା ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି । ଜଣେ ନାଇଜେରିଆରୁ ଏବଂ ଅନ୍ୟ ଜଣେ କାତାରରୁ ଓଡ଼ିଶା ଫେରିଥିଲେ । ଜିନମ ସ୍ୱିକେନ୍ସିଂ ପରେ ଓମିକ୍ରନ ଭୁତାଣୁ ଚିହ୍ନଟ ହୋଇଥିବା ଜଣାପଡିଛି । ୭ଜଣଙ୍କ ନମୂନା ଜିନମ ସିକ୍ୱେନ୍ସିଂ ପାଇଁ ଆଇଏଲଏସକୁ ପଠାଯାଇଥିଲା । ଏମାନଙ୍କ ମଧ୍ୟରୁ ୪ଜଣଙ୍କ ନମୂନା ନେଗେଟିଭ ଆସିଥିବା ବେଳେ ୩ଜଣଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଥିଲା । ଆଜି ରିପୋର୍ଟ ଆସିଥିବା ବେଳେ ୨ଜଣଙ୍କ ଠାରେ ଓମିକ୍ରନ୍ ଭୁତାଣୁ ଚିହ୍ନଟ ହୋଇଥିବା କୁହାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+