ଚିନ୍ତାରେ ଗ୍ରାହକ ; ସୁନା ଦର ବଢିଲା, ରୂପା ଦର ଅପରିବର୍ତ୍ତିତ
ହୁ ହୁ ହୋଇ ବଢି ଚାଲିଥିବା ସୁନା ଦରକୁ ନେଇ ଚିନ୍ତାରେ ଗ୍ରାହକ । ପ୍ରତି ଦିନ ଦର ବୃଦ୍ଧି ପାଇ ଏବେ ସୁନା ୧ଲକ୍ଷ ୬୦ହଜାର ପାର କରିଲାଣି । ଆଜି ୨୪କ୍ୟାରେଟ ସୁନାର ଦାମ୍ ୧୦ ଗ୍ରାମ୍ ପିଛା ୧୧୦ ଟଙ୍କା ବୃଦ୍ଧି ପାଇ ୧ଲକ୍ଷ ୬୨ହଜାର ୪୦ଟଙ୍କାରେ ପହଞ୍ଚିଛି । ଗତକାଲି ୨୪କ୍ୟାରେଟ ସୁନାର ଦାମ ୧ଲକ୍ଷ ୬୧ହଜାର ୯୩୦ଟଙ୍କା ରହିଥିଲା ।

ସେହପିରି ୨୨କ୍ୟାରେଟ୍ ସୁନାର ୧୦ଗ୍ରାମ୍ ପିଛା ୧୦୦ ଟଙ୍କା ବୃଦ୍ଧି ପାଇଛି । ଆଜି ୧ଲକ୍ଷ ୪୮ହଜାର ୫୫୦ ଟଙ୍କାରେ ପହଞ୍ଚିଛି ୨୨କ୍ୟାରେଟ ସୁନାର ଦାମ୍ । ଗତକାଲି ଏହା ୧ଲକ୍ଷ ୪୮ହଜାର ୪୫୦ଟଙ୍କା ରହିଥିଲା । ଅନ୍ୟପଟେ ରୂପା ଦର ଅପରିବର୍ତ୍ତିତ ରହିଛି । ରୂପା କିଲୋଗ୍ରାମ ପିଛା ୨ଲକ୍ଷ ୮୫ହଜାର ଟଙ୍କା ରହିଛି । ସୁନା ଓ ରୂପା ଦରରେ ଅହେତୁକ ବୃଦ୍ଧି ଯୋଗୁ ସାଧରଣ ଲୋକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
More From
-
IPL 2026 : ଗୌହାଟୀରେ ଚେନ୍ନାଇ ବନାମ ରାଜସ୍ଥାନ, ଫୋକସରେ ବୈଭବ-ସଞ୍ଜୁ-ଜାଡେଜା, ଖେଳିବେନି ଧୋନୀ -
IPL 2026: ଟସ୍ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ବ୍ୟାଟିଂ କରିବ KKR, ସୂର୍ଯ୍ୟ ପ୍ଲେଇଙ୍ଗ XIରୁ ଆଉଟ୍ -
ଜେଏଏଲ୍ ଅଧିଗ୍ରହଣ ପ୍ରକ୍ରିୟାକୁ ନେଇ ବେଦାନ୍ତର ଆପତ୍ତି, ଅଦାନି ପ୍ରସ୍ତାବକୁ ଆଇନସମ୍ମତ ବୋଲି ମାନ୍ୟତା ଦେଲେ କୋର୍ଟ ଓ CoC -
ସଂଧ୍ୟାରେ ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ, ସବୁ ଜିଲ୍ଲାପାଳଙ୍କ ସହ କରିବେ ଆଲୋଚନା -
APSEZ ର ବଡ଼ ପଦକ୍ଷେପ: ଭାରତର ପ୍ରଥମ Port of Refuge ଆରମ୍ଭ







Click it and Unblock the Notifications