Get Updates
Get notified of breaking news, exclusive insights, and must-see stories!

ଗ୍ରାହକଙ୍କ ମୁଣ୍ଡରେ ପୁଣି ଚଡକ , ପୁଣି ବଢିଲା ସୁନା ଓ ରୂପା ଦର

ଗ୍ରାହକଙ୍କ ମୁଣ୍ଡରେ ପୁଣି ଚଡକ । ପୁଣି ବଢିଲା ସୁନା ଦର । ଆଜି ୨୪କ୍ୟାରେଟ ସୁନାର ଦାମ୍‌ ୧୦ଗ୍ରାମ୍‌ ପ୍ରତି ୧୯୧୦ଟଙ୍କା ବୃଦ୍ଧି ପାଇ ୧ଲକ୍ଷ ୫୯ହଜାର ୪୩୦ଟଙ୍କାରେ ପହଞ୍ଚିଛି । ଗତକାଲି ୨୪କ୍ୟାରେଟ ସୁନାର ଦାମ୍‌ ୧ଲକ୍ଷ ୫୭ହଜାର ୫୨୦ଟଙ୍କା ରହିଥିଲା । ସେହିପରି ୨୨କ୍ୟାରେଟ ସୁନାର ଦାମ୍‌ ଆଜି ୧୭୫୦ ଟଙ୍କା ବୃଦ୍ଧି ହୋଇଛି । ୨୨କ୍ୟାରେଟ ସୁନାର ଦାମ୍‌ ୧୦ଗ୍ରାମ୍‌ ପିଛା ୧ଲକ୍ଷ ୪୬ହଜାର ୧୫୦ ଟଙ୍କା ହୋଇଛି । ଗତକାଲି ଏହାର ଦାମ୍‌ ୧ଲକ୍ଷ ୪୪ହଜାର ୪୦୦ଟଙ୍କା ରହିଥିଲା ।

gold and silver prices

ଅନ୍ୟପଟେ ରୂପା ଦର ମଧ୍ୟ ବୃଦ୍ଧି ପାଇଛି । ରୂପା ଦର ୫ହଜାର ଟଙ୍କା ବୃଦ୍ଧି ପାଇ କିଲୋଗ୍ରାମ୍‌ ପିଛା ୨ଲକ୍ଷ ୭୫ ହଜାରରେ ପହଞ୍ଚିଛି । ଗତକାଲି ରୂପା କିଲୋ ପିଛା ୨ଲକ୍ଷ ୭୦ହଜାର ଟଙ୍କା ରହିଥିଲା । ବାରମ୍ବାର ସୁନାର ଓ ରୂପା ଦରରେ ପରିବର୍ତ୍ତନ ହେଉଥିବାରୁ ଗ୍ରାହକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ମଧ୍ୟବିତ୍ତ ପରିବାରର ଲୋକମାନେ ଝିଅ ଓ ପୁଅ ବାହାଘରରେ ସୁନା କିଣିବାକୁ ଡରିଲେଣି । କାରଣ ହୁହୁ ହୋଇ ବଢୁଥିବା ଦର ସେମାନଙ୍କ ପକେଟକୁ ବେସ୍‌ ବାଧୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+