ଭୋଟ ପାଇଁ ଗାଁ ମୁହାଁ ଦାଦନ ଶ୍ରମିକ
ଆଉ କିଛି ଦିନ ପରେ ୨୪ ସାଧାରଣ ନିର୍ବାଚନ। ସରଗରମ ହେଲାଣି ନିର୍ବାଚନ ମଣ୍ଡଳୀ । ଭୁବନେଶ୍ୱର ଛାଡି ଏବେ ନେତା ନିର୍ବାଚନ ମଣ୍ଡଳୀରେ ଦେଖିବାକୁ ମିଳୁଛି । ଭୋଟ ପାଇଁ ଏବେ ଠାରୁ ଗାଁ ମୁହାଁ ହେଉଛନ୍ତି ରାଜନେତା । ଭୋଟରଙ୍କ ପାଖରେ ପହଞ୍ଚୁଛନ୍ତି, ଭୋଟରଙ୍କୁ ଖୋଜୁଛନ୍ତି । ସେଇଥିପାଇଁ ଗୁଜୁରାଟରୁ ବ୍ରହ୍ମପୁରକୁ ଏବେ ଲୋକଙ୍କ ସୁଅ ଛୁଟୁଛି । ଖରା ଦିନ, ଗାଁରେ ଯାନିଯାତ୍ରା ଚାଲିଛି, ଆଗକୁ ଭୋଟ ଅଛି । ସେଇଥିପାଇଁ ସେମାନେ ଏବେ ଘର ମୁହାଁ ହୋଇଛନ୍ତି । ବ୍ରହ୍ମପୁର ରେଳ ଷ୍ଟେସନରେ ଏବେ ସୁରଟ ଫେରନ୍ତାଙ୍କ ଭିଡ ।
ଲୋକଙ୍କ ପାଖକୁ ନେତା ଯାଉଛନ୍ତି । ବାହାରେ ଥିବା ଲୋକଙ୍କୁ ଗାଁକୁ ଡକାଉଛନ୍ତି । ଆଉ ନେତା ସହ ବିଭିନ୍ନ ଦଳର ରାଜନୈତିକ କର୍ମୀଙ୍କ ଡାକରା ପାଇ ଗୁଜରାଟରୁ ଶହ ଶହ ଲୋକ ପରିବାର ସହ ଗଞ୍ଜାମକୁ ଫେରୁଛନ୍ତି । ନିର୍ବାଚନ ଆସିଲେ ଦାଦନ ଶ୍ରମିକଙ୍କୁ ମନେ ପକାନ୍ତି ଅଞ୍ଚଳର ନେତା । ସେମାନେ ମଧ୍ୟ ନିଜର ଭୋଟଦେଇ ନେତା ବାଛିବା ଅଧିକାରକୁ ହାତଛଡ଼ା କରିବା ପାଇଁ ଚାହୁଁ ନାହାନ୍ତି । ସେଇଥି ପାଇଁ ଗୁଜାରଟରୁ ଓଡିଶା ଆସୁଥିବା ସମସ୍ତ ଟ୍ରେନରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି ।

ଗଞ୍ଜାମ ଜିଲ୍ଲାର ୭ଲକ୍ଷରୁ ଅଧିକ ଲୋକ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇଥାନ୍ତି । ବିଶେଷ କରି ଗୁଜୁରାଟର ସୂତା କଳରେ ଏହିମାନେ କାମ କରନ୍ତି । ଏପଟେ ଜିଲ୍ଲାରେ ଥିବା ଆସିକା ସୂତାକଳ ବନ୍ଦ ହୋଇଗଲାଣି, କାମ ଧନ୍ଦା ମିଳୁ ନାହିଁ । ପେଟ ପାଟଣା ପାଇଁ ବାହାର ରାଜ୍ୟରେ ପରିବାରକୁ ନେଇ ରହିବାକୁ ବାଧ୍ୟ ହେଉଛନ୍ତି ସତ ।












Click it and Unblock the Notifications