ନୀଳଗିରି ରଥ ନିର୍ମାଣ: ବିଧାୟକଙ୍କ ଜିଦ ଆଗରେ ନଇଁଲା ଜିଲ୍ଲା ପ୍ରଶାସନ, ବନ୍ଦ ରହିଲା ରଥ ନିର୍ମାଣ କାର୍ଯ୍ୟ

ବନ୍ଦ ରହିଲା ରଥ ବାଲେଶ୍ୱର ଜିଲ୍ଲା ନୀଳଗିରି ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟ। ରଥ ନିର୍ମାଣ ସ୍ଥଗିତ ରଖିବାକୁ ଉପଜିଲ୍ଲାପାଳ ଦେଲେ ନିର୍ଦ୍ଦେଶ ।

ବାଲେଶ୍ୱର: ବନ୍ଦ ରହିଲା ରଥ ବାଲେଶ୍ୱର ଜିଲ୍ଲା ନୀଳଗିରି ଶ୍ରୀଜଗନ୍ନାଥଙ୍କ ରଥ ନିର୍ମାଣ କାର୍ଯ୍ୟ। ରଥ ନିର୍ମାଣ ସ୍ଥଗିତ ରଖିବାକୁ ଉପଜିଲ୍ଲାପାଳ ଦେଲେ ନିର୍ଦ୍ଦେଶ । କରୋନା କଟକଣା ଥିବାରୁ ରଥ ନିର୍ମାଣକୁ ସ୍ଥଗିତ ରଖିବା ପାଇଁ ଚିଠିରେ ନିର୍ଦ୍ଦେଶ ଦେଇଛନ୍ତି ଉପଜିଲ୍ଲାପାଳ।

Rath yatra

ଉଲ୍ଲେଖଥାଉ କି, ଗତ ଶନିବାର ନୀଳଗିରି ବିଜେପି ବିଧାୟକ ସୁକାନ୍ତ ନାୟକ ରଥ ନିର୍ମାଣ ଖର୍ଚ୍ଚକୁ ଅଯଥା ଖର୍ଚ୍ଚ ବୋଲି ଦର୍ଶାଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। ରଥ ନିର୍ମାଣ ବନ୍ଦ ରଖିବାକୁ ସେ କହିଥିଲେ। ଫଳରେ ରଥ ନିର୍ମାଣ ସ୍ଥଗିତ ରଖିବାକୁ ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଫୋନ୍‌ ଯୋଗେ ନୀଳଗିରି ଉପଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

Rath yatra

ଏହି ଘଟଣାକୁ ନେଇ ସାରା ରାଜ୍ୟରେ ସେବାୟତ ଓ ଜଗନ୍ନାଥ ପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ବିଧାୟକ ସୁକାନ୍ତ ନାୟକଙ୍କୁ ଜଗନ୍ନାଥପ୍ରେମୀ ଏ ଯୁଗର କଳାପାହାଡ଼ ବୋଲି କହିବା ସହିତ ତାଙ୍କ ଇସ୍ତଫା ମଧ୍ୟ ଦାବି କରିଥିଲେ। ପୁରୀ ସିଂହଦ୍ୱାର ଥାନାରେ ଶ୍ରୀଜଗନ୍ନାଥ ସେନା ବିଧାୟକ ସୁକାନ୍ତ ନାୟକଙ୍କ ନାଁରେ ଏତଲା ଦାୟର ଦେଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+