Get Updates
Get notified of breaking news, exclusive insights, and must-see stories!

ଅକ୍ଷୟ ତୃତୀୟା:ଆସନ୍ତା କାଲି ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା, ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ

Akshaya tritiya::ଆସନ୍ତା କାଲି ପବିତ୍ର ଅକ୍ଷୟ ତୃତୀୟା । ଏହି ଅବସରରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଅକ୍ଷୟ ତୃତୀୟାରେ ଭୋର୍ ୩ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟାଯିବ । ମହାପ୍ରଭୁଙ୍କର ଦୈନନ୍ଦିନ ନୀତି ପରେ ଅପରାହ୍ନ ୪ଟାରେ ରଥଖଳାକୁ ବିଜେ କରାଯିବ ଆଜ୍ଞାମାଳ । ଏନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନିଆଯାଇଛି ।


ସୂଚନା ଅନୁସାରେ, ଅକ୍ଷୟ ତୃତୀୟା ଓ ୨୧ ଦିନଧରି ଚାଲିବାକୁ ଥିବା ବାହର ଚନ୍ଦନ ଯାତ୍ରା ପାଇଁ ନୀତିନିର୍ଘଣ୍ଟ ନିଶ୍ଚିତ ହୋଇସାରିଛି । ଛତିଶା ନିଯୋଗ ବୈଠକରେ ସମସ୍ତ ନୀତିକାନ୍ତି ଚୂଡାନ୍ତ ହୋଇସାରିଛି । ଚନ୍ଦନ ଯାତ୍ରା ପାଇଁ ସଜେଇ ହୋଇଛି ନରେନ୍ଦ୍ର ପୁଷ୍କରିଣୀ ।

Akshaya tritiya

ଭକ୍ତଙ୍କ ଗହଣରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ମଦନମୋହନ, ଭୂଦେବୀ, ଶ୍ରୀଦେବୀ ଏବଂ ଶ୍ରୀକ୍ଷେତ୍ରର ପଞ୍ଚ ମହାଦେବ ନରେନ୍ଦ୍ର ପୁଷ୍କରଣୀରେ ଚାପ ଖେଳିବେ । ଭକ୍ତଙ୍କ ଭିଡକୁ ନଜରରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି ।

ଅନ୍ୟପକ୍ଷରେ ଅକ୍ଷୟ ତୃତୀୟ ଅବସରରେ ରଥ ଯାତ୍ରା ପାଇଁ ୩ଟି ଧଉରା କାଠ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ରଖାଯିବା ସହ
ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ଯେଉଁଥି ପାଇଁ ଭୋଇ ସର୍ଦ୍ଦାର ରହି ଭୋଇଙ୍କ ନେତୃତ୍ୱରେ ରଥ ଖଳାର କାର୍ଯ୍ୟ ଚାଲିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+