ମହାପ୍ରଭୁ ଜଗନ୍ନାଥଙ୍କ ପାଖରୁ ଆସିଲା ଆଜ୍ଞାମାଳ

ଆଜି ପବିତ୍ର ଅକ୍ଷୟ ତୃତୀୟା। ଆଜିଠାରୁ ଆରମ୍ଭ ହେବ ରଥ ନିର୍ମାଣ ଅନୁକୁଳ ନୀତି ଓ ଚନ୍ଦନଯାତ୍ରା। ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ। ଏଥିପାଇଁ ଉତ୍ସବମୁଖର ଶ୍ରୀକ୍ଷେତ୍ର। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ସମ୍ମୁଖରେ ତିନୋଟି ୧୨ ଫୁଟିଆ ଧଉରା କାଠକୁ ରଖାଯାଇଛି।

ଏଥିପାଇଁ ମହାପ୍ରଭୁଙ୍କ ଠାରୁ ଆସିଲା ଆଜ୍ଞାମାଳ। ଆଜିଠାରୁ ଆରମ୍ଭ ହେବ ରଥକାମ। ତେବେ ପରମ୍ପରା ଅନୁସାରେ ୩ ଖଣ୍ଡ ଧଉରା କାଠର ପୂଜାର୍ଚ୍ଚନା ହେଲା। ଆଜିଠାରୁ ରଥକାମ ଆରମ୍ଭ ହେବ। ରଥଖଳାକୁ ଆସିଲା ମହାପ୍ରଭୁଙ୍କ ଆଜ୍ଞାମାଳ। ଆଜିଠାରୁ ଆରମ୍ଭ ହେବ ଶ୍ରୀଜୀଉଙ୍କର ରଥ ନିର୍ମାଣ କାମ।

RATHA YATRA

ମଙ୍ଗଳ ଆରତୀ ପରେ ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ, ଚନ୍ଦନବେଢା ଖଇକୋରା ଭୋଗ, ସର୍ବାଙ୍ଗ ବେଶ ସରି ଦକ୍ଷିଣ ଘର ଭୋଗ ପରେ ପ୍ରାୟ ଦିନ ୩ଟାରେ ମଧ୍ୟାହ୍ନ ଧୂପ ନୀତି କରାଯିବାକୁ ସ୍ଥିର ହୋଇଥିଲା। ସେପଟେ ୨୧ ଦିନ ବ୍ୟାପି ବାହାର ଚନ୍ଦନ ଯାତ୍ରା ହେବ। ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀ ସଜେଇ ହୋଇରହିଛି।

ପୁରୀ ଏସ୍‌ପି କହିଛନ୍ତି, ପବିତ୍ର ଅକ୍ଷୟ ତୃତୀୟ ଅବସରରେ ମହାପ୍ରଭୁଙ୍କ ରଥକାଠ ଅନୁକୂଳ ହୋଇଛି। ମହାପ୍ରଭୁଙ୍କ ରଥଯାତ୍ରା ଓ ଚନ୍ଦନଯାତ୍ରା କାର୍ଯ୍ୟ ସୁରୁଖୁରୁରେ ହେବ। ମହାପ୍ରଭୁଙ୍କ ଏହା ଏକ ବଡ଼ ଅନୁଭୂତି ରହିବ। ସୁରକ୍ଷା ବ୍ୟବସ୍ଥା ପାଇଁ ଆବଶ୍ୟକ ପଦକ୍ଷେପ ନିଆଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+