Get Updates
Get notified of breaking news, exclusive insights, and must-see stories!

ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ: ପ୍ରଥମ ଭୂଇଁର 3 ରଥରେ ଉଠିଛି 6 କାଠ

ଆଉ ମାତ୍ର ଦିନ କେତେଟା ପରେ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ରଥଖଳାରେ ସୁରୁଖୁରୁରେ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ । ତିନି ରଥରେ ପ୍ରଥମ ଭୂଇଁର 6 କାଠ ଉଠି ସାରିଛି ।

ପୁରୀ: ଆଉ ମାତ୍ର ଦିନ କେତେଟା ପରେ ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର । ରଥଖଳାରେ ସୁରୁଖୁରୁରେ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ । ତିନି ରଥରେ ପ୍ରଥମ ଭୂଇଁର 6 କାଠ ଉଠି ସାରିଛି । ଦ୍ଵିତୀୟ ଓ ତୃତୀୟ ଭୂଇଁ ପାଇଁ କାର୍ଯ୍ୟ ଶେଷ ହୋଇଛି । 14 ନାହାକ ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। 196 ମହାରଣା ସେବକ, ଭୋଇ ସେବକ, କରତି ସେବକ, ରୂପକାର ଓ କମାର ସେବକ ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି।

ratha khala

ସ୍ନାନ ପୂର୍ଣ୍ଣିମା ତିଥିରେ ତିନି ରଥରେ 14 ନାହାକ ପାଇଁ ମାପଚୁପ କରାଯାଇଥିଲା । 6ଟି ଓରା ସମେତ 4 ଗୋଟି ଖମି ସଂଯୋଗ କରାଯାଇଥିଲା । ଏହାଛଡା ଭୂଇଁର ପ୍ରଥମ ଭାଗରେ କନକମୁଣ୍ଡି ସଂଯୋଗ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା । ତିନିରଥରେ 8ଟି ଲେଖାଏଁ ଗାରେଡି ଏବଂ 4ଟି ଲେଖାଏଁ ଅଁଳା ନିର୍ମାଣ ଶେଷ ହୋଇଥିଲା। ରୂପକାର ସେବକ ରଥର ସିଂହାସନରେ କୁମ୍ଭ, ଡାଳିଲତା ଓ ପଦ୍ମପାଖୁଡା ଖୋଦେଇ କରୁଛନ୍ତି। ନାଟଗୋଡ ଗୁଡିକରେ ଗନ୍ଧର୍ବ ରୂପ ଖୋଦେଇ କରାଯାଉଛି । ଅସ୍ଥାୟୀ କମାରଶାଳରେ ଓଝା ସେବକମାନେ ବିଡ଼ିଆ କଣ୍ଟା ଓ ଫାନ୍ଦକଣ୍ଟା ପ୍ରସ୍ତୁତ କରୁଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+