ସବୁ ବ୍ଲକରେ ଷ୍ଟାଡିୟମ: ୩୧୪ ବ୍ଲକ ପାଇଁ ୪୧୨୪ କୋଟି ମଞ୍ଜୁର

ରାଜ୍ୟରେ ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ ହେବ । ରାଜ୍ୟର ସମସ୍ତ ୩୧୪ଟି ବ୍ଲକରେ ଷ୍ଟାଡ଼ିୟମ୍ ନିର୍ମାଣ ପାଇଁ ଏକ ନୂତନ ଯୋଜନାକୁ ଅନୁମୋଦନ କରିଛନ୍ତି ରାଜ୍ୟ ସରକାର ।

କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, "ଓଡ଼ିଶାର ୩୧୪ ବ୍ଲକରେ ସ୍ପୋର୍ଟସ କମ୍ପ୍ଲେକ୍ସ କରିବା ପାଇଁ ରାଜ୍ୟ ସରକାର କ୍ୟାବିନେଟରେ ମଞ୍ଜୁର ହୋଇଛି । ଦୀର୍ଘଦିନ ଧରି ଓଡ଼ିଶାବାସୀଙ୍କ ଇଚ୍ଛାଥିଲା ଯେ, କେବଳ ସହର ଆଧାରିତ ବ୍ୟବସ୍ଥା ନହୋଇ କ୍ରିଡ଼ା ବ୍ୟବସ୍ଥା ଗ୍ରାମାଞ୍ଚଳକୁ ଆସୁ । ସ୍ପୋର୍ଟସ କମ୍ପ୍ଲେକ୍ସ ପାଇଁ ୪୧୨୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ପ୍ରତି ବ୍ଲକକୁ ୧୪ କୋଟି ୫୦ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯିବ । ଏଥିରେ ସେଢେ ୬ କୋଟି ଟଙ୍କାର ଇଣ୍ଡୋର ହଲ୍‌, କ୍ରିକେଟ, ଖୋ ଖୋ, କବାଡ଼ି, ବ୍ୟାଟମିଣ୍ଟନ, ରନିଂ ଟ୍ରାକ, ଭଲିବଲ ଓ ଫୁଟବଲ ଭଳି ଖେଳ ପାଇଁ ଷ୍ଟାଡିୟମରେ ବ୍ୟବସ୍ଥା ରହିବ । ସ୍ପୋର୍ଟସ କମ୍ପ୍ଲେକ୍ସ ପାଇଁ ଅନୁନ୍ୟ ୩ ଜଣ ପ୍ରଶିକ୍ଷକଙ୍କୁ ରଖାଯିବ, ସିକ୍ୟୁରିଟ, ହାଇସ କିପିଂ ରହିବେ । ଷ୍ଟାଡିୟମ, ଓ ସ୍ପୋର୍ଟସ କମ୍ପ୍ଲେକ୍ସ ନିର୍ମାଣ ହେବ । ଏହା କିପରି ସଠିକ ଭାବରେ କାର୍ଯ୍ୟକ୍ଷମ ହେବ ସେ ଉପରେ ଧ୍ୟାନ ଦିଆଯିବ ।"

Construction of block-level stadium

କେତେ ଟଙ୍କା ଖର୍ଚ୍ଚ ହେବ ?

ବ୍ଲକସ୍ତରୀୟ ଷ୍ଟାଡ଼ିୟମ୍ ନିର୍ମାଣ ପାଇଁ, କ୍ୟାବିନେଟ ପର୍ଯ୍ୟାୟ କ୍ରମେ ୫ ବର୍ଷ ପାଇଁ ୪୧୨୪ କୋଟି ଟଙ୍କା ବ୍ୟୟ ମଞ୍ଜୁର କରାଯାଇଛି । ଗୋଟିଏ ବ୍ଲକ୍‌ରେ ଷ୍ଟାଡିୟମ ପାଇଁ ୧୪.୫୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଇଣ୍ଡୋର ହଲ ପାଇଁ ୮ କୋଟି ଟଙ୍କା ଆନୁମାନିକ ମୂଲ୍ୟ ରହିଛି।

ଫୁଟବଲ ପଡ଼ିଆ/ କ୍ରିକେଟ ଟ୍ରାକ ପାଇଁ ୨.୭୦ କୋଟି ଟଙ୍କା ରହିଥିବା ବେଳେ ଇଣ୍ଡୋର ହଲ ପାଇଁ ୨.୭୦ କୋଟି ଟଙ୍କା ରହିଛି ।
ଆଥଲେଟ ଟ୍ରାକ ପାଇଁ ୦.୮୦ କୋଟି ଟଙ୍କା ରହିଥିବା ବେଳେ ଇଣ୍ଡୋର ହଲ ପାଇଁ ୦.୮୦ କୋଟି ଟଙ୍କା ।
ଭଲିବଲ କୋର୍ଟ ପାଇଁ ୦.୧୦ କୋଟି ଟଙ୍କା ରହିଥିବା ବେଳେ ଇଣ୍ଡୋର ହଲ ପାଇଁ ୦.୧୦ କୋଟି ଟଙ୍କା ରହିଛି ।
ସାଧାରଣ ସୁବିଧା କେନ୍ଦ୍ର ପାଇଁ ୧.୧୦ କୋଟି ଟଙ୍କା ରହିଥିବା ବେଳେ ଇଣ୍ଡୋର ହଲ ପାଇଁ ୧.୧୦ କୋଟି ଟଙ୍କା ରହିଛି ।
ଇଣ୍ଡୋର ହଲ ପାଇଁ ୬.୫୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ।
ପଚାରି/ ଫାଟକ ପରିସର ପାଇଁ ୧.୫୦ କୋଟି ଟଙ୍କା ରହିଥିବା ବେଳେ ୧.୫୦ ଇଣ୍ଡୋର ହଲ ପାଇଁ ରହିଛି ।
ଅନ୍ତଃ ସଡ଼କ/ ଜଳ ଯୋଗାଣ ଆଦି ପାଇଁ ୧.୮୦ କୋଟି ଟଙ୍କା ୧.୮୦ କୋଟି ଟଙ୍କା ଇଣ୍ଡୋର ହଲ ପାଇଁ ରହିଛି।

ଷ୍ଟାଡିୟମରେ କେଉଁ ସୁବିଧା ରହିବ:

ଫୁଟବଲ
କ୍ରିକେଟ ପଡିଆ
ଆଥଲେଟିକ ଟ୍ରାକ
ଥ୍ରୋ ଏବ୍ ଜମ୍ପ କ୍ଷେତ୍ର
ଭଲିବଲ୍
ଖୋ ଖୋ କବାଡି କୋର୍ଟ

ଇଣ୍ଡୋର୍ ହଲରେ କଣ ରହିବ:

ବ୍ୟାଡମିଣ୍ଟନ କୋର୍ଟ ।
ଟେବୁଲ୍ ଟେନିସ ।
ଜିନ୍ମାସିୟମ (Gymnasium)
ଜିନ୍ନାଷ୍ଟିକ/ଭାରତ୍ତୋଳନ ଆଦି ସୁବିଧା ରହିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+