କନଷ୍ଟେବଳ ନିଯୁକ୍ତି ମାମଲା: ମାର୍ଚ୍ଚ ୨୪ରେ ଚୂଡ଼ାନ୍ତ ଶୁଣାଣି
ବିଭିନ୍ନ ବାଟାଲିଆନରେ କନଷ୍ଟେବଳ ନିଯୁକ୍ତି ସମ୍ପର୍କିତ ମାମଲାରେ ହାଇକୋର୍ଟ ଡିଭିଜନ ବେଞ୍ଚରେ ଶୁଣାଣି ଅସମାପ୍ତ ରହିଛି । ମାର୍ଚ୍ଚ ୨୪ ଅର୍ଥାତ୍ ଆସନ୍ତା ସୋମବାର ଚୂଡାନ୍ତ ଶୁଣାଣି ହେବ ବୋଲି ଜଣାପଡ଼ିଛି।
ନିଯୁକ୍ତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ଅନ୍ତରୀଣ ଅଙ୍କୁଶ ବଳବତ୍ତର ରହିଛି । ଓଭର ଏଜ ପିଲାଙ୍କୁ ସୁଯୋଗ ଦେବାକୁ ନେଇ ଏହି ମାମଲା ହୋଇଛି।
ସୂଚନାଯୋଗ୍ୟ, ଓଡ଼ିଶାରେ ପୋଲିସ କନଷ୍ଟେବଳ ପଦବୀ ପାଇଁ ସର୍ବାଧିକ ବୟସ ସୀମା ଛଅ ବର୍ଷକୁ ଛାଡ଼ କରିଛନ୍ତି। ଏଥିପାଇଁ ଓଡ଼ିଶା ପୋଲିସ ରାଜ୍ୟ ଚୟନ ବୋର୍ଡ (OPSSB)କୁ ନୂତନ ବିଜ୍ଞପ୍ତି ଜାରି କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ପୂର୍ବରୁ ସେପ୍ଟେମ୍ବର ୨୨ ତାରିଖରେ ଓଡ଼ିଶାର ବିଭିନ୍ନ ବାଟାଲିୟନରେ ୧୩୬୦ ପୋଲିସ କନଷ୍ଟେବଳ ପଦବୀ ପୂରଣ ପାଇଁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା। କୋଭିଡ -୧୯ ମହାମାରୀ ପାଇଁ ନିଯୁକ୍ତିରେ ବାଧାକୁ ଦୃଷ୍ଟିରେ ରଖି ଓଡ଼ିଶା ହାଇକୋର୍ଟ ବୟସ ସୀମାକୁ ଆହୁରି ଛଅ ବର୍ଷ କରିବାକୁ ଏକ ରାୟ ଦେଇଥିଲେ।
ଜାନୁଆରୀ ୧, ୨୦୨୪ ସୁଦ୍ଧା ୧୮ ବର୍ଷ କମ ବୟସ ସୀମା ଏବଂ ସର୍ବାଧିକ ୨୩ ବର୍ଷ ବୟସ ସୀମା ଥିବା ପ୍ରାର୍ଥୀମାନେ ପ୍ରକାଶିତ ପୂର୍ବ ବିଜ୍ଞପ୍ତିରେ ଯୋଗ୍ୟ ଥିଲେ। ରାୟ ପରେ, ସମସ୍ତ ପ୍ରାର୍ଥୀଙ୍କ ପାଇଁ ଛଅ ବର୍ଷ ବୟସ ଛାଡ଼ କରାଯିବାକୁ ନିର୍ଦ୍ଦେଶ ଦେଇଥିଲେ।
ପୂର୍ବରୁ ୨୦୧୮ରେ, ଓଡ଼ିଶା ପୋଲିସ କନଷ୍ଟେବଳ ନିଯୁକ୍ତି କରାଯାଇଥିଲା। ତେଣୁ କୋର୍ଟରେ ବାରମ୍ବାର ଆବେଦନ ପରେ ଏହି ବୟସ ଛାଡ଼ କରାଯାଇଥିଲା।












Click it and Unblock the Notifications