କନେଷ୍ଟବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପକେଟରୁ ମିଳିଲା ସୁଇସାଇଡ ନୋଟ୍
ମାଲକାନଗିରି: ଜିଲ୍ଲା ସଦର ମହକୁମାର ଏମ୍ଭି-୪୨ ଗାଁ ରାସ୍ତା ପାର୍ଶ୍ୱ ଏକ ଗଛରୁ ଜଣେ ପୋଲିସ କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ମିଳିଛି । ମୃତକ ଜଣକ ଏମ୍ଭି-୪୨ର ସୁଶାନ୍ତ ହାଲଦାର୍ । ସେ ମାଲକାନଗିରି ଜିଲ୍ଲା ପୋଲିସ ବିଭାଗରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ ।

ମୃତକଙ୍କ ପକେଟରୁ କିଛି ହାତଲେଖା ଜବତ କରାଯାଇଛି । ଏହା ବଙ୍ଗାଳି ଭାଷାରେ ଲେଖାଯାଇଛି । ଏଥିରୁ ସେ ପାରିବାରିକ ଅଶାନ୍ତିରୁ ଆତ୍ମହତ୍ୟା କରିଥିବା ସନ୍ଦେହ ହେଉଛି। ସ୍ତ୍ରୀ ଓ ପିଲାମାନଙ୍କୁ ଭଲରେ ରହିବାକୁ ସେ ସୁଇସାଇଡ୍ ନୋଟ୍ରେ ଉଲ୍ଲେଖ କରିବା ସହ ସମସ୍ତଙ୍କ ନିକଟରୁ ଚାଲିଯାଉଛି ବୋଲି ଲେଖିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।












Click it and Unblock the Notifications