ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଷଡଯନ୍ତ୍ର ? ନବୀନ ନିବାସ କୁ ଆସିଛି ବେନାମୀ ଚିଠି
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର । ହତ୍ୟା ଷଡ଼ଯନ୍ତ୍ର ନେଇ ବେନାମୀ ଚିଠି ଏବେ ଖୁବ ଭାଇରାଲ ହେଉଛି ।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ପାଇଁ ଷଡଯନ୍ତ୍ର । ହତ୍ୟା ଷଡ଼ଯନ୍ତ୍ର ନେଇ ବେନାମୀ ଚିଠି ଏବେ ଖୁବ ଭାଇରାଲ ହେଉଛି । ନବୀନ ନିବାସରେ ଏଭଳି ଏକ ଚିଠି ପହଞ୍ଚିବା ପରେ ସତର୍କ ହୋଇ ଉଠିଛି ଗୃହ ବିଭାଗ ।
ତେବେ ଏହି ବେନାମୀ ଚିଠି ନେଇ ଏଯାଏ କୌଣସି ଠୋସ ସୁରାଗ ମିଳିପାରି ନାହିଁ । କିଛି ପେଶାଦାର ଅପରାଧୀ ଏହି ଷଡ଼ଯନ୍ତ୍ର କରୁଥିବା ଚିଠିରେ ଉଲ୍ଲେଖ ହୋଇଛି । ଅପରାଧୀମାନେ AK-47 ଓ ସେମି ଅଟୋମେଟିକ୍ ପିସ୍ତଲ ରଖିଥିବା ଏଥିରେ ଉଲ୍ଲେଖ ରହିଛି। ତେବେ କିଛି କାର ନମ୍ବର ଏଥିରେ ଉଲ୍ଲେଖ ହୋଇଛି । ଯେଉଁଥିରେ ଅପରାଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ଫଲୋ କରୁଛନ୍ତି ।

ତେଣୁ ନବୀନଙ୍କ ସୁରକ୍ଷାକୁ ଆହୁରି କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା । ନବୀନ ନିବାସ ଠାରୁ ଆରମ୍ଭ କରି ଲୋକସେବା ଭବନ, ଏପରିକି ସମସ୍ତ ଗସ୍ତ ଓ କାର୍ଯ୍ୟକ୍ରମ ସମୟରେ ନବୀନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେବାକୁ ପୋଲିସ ବିଭାଗ, ଗୁଇନ୍ଦା ଓ କମିଶନରେଟ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି ।
ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।












Click it and Unblock the Notifications