ଆତଙ୍କବାଦୀ ଷଡଯନ୍ତ୍ର ମାମଲା:ଅବଦୁର୍ ରେହମାନକୁ ଜେଲ୍ ଦଣ୍ତାଦେଶ

ଆତଙ୍କବାଦୀ ଷଡଯନ୍ତ୍ର ମାମଲା:ଅବଦୁର୍ ରେହମାନକୁ ଜେଲ୍ ଦଣ୍ତାଦେଶ

Abdul Rahman

ଆତଙ୍କବାଦୀ ଷଡଯନ୍ତ୍ର ମାମଲା

ଭୁବନେଶ୍ୱର:ଆତଙ୍କବାଦୀ ଷଡଯନ୍ତ୍ର ମାମଲା । ଦେଶଦ୍ରୋହ ମାମଲାରେ ଲିପ୍ତ ଥିବା ୪ ଜଣଙ୍କୁ ଆଜି ଦୋଷୀ ସାବ୍ୟସ୍ତ ପରେ ସାଢେ ୭ ବର୍ଷ ପାଇଁ ସଜା ଶୁଣାଇଛନ୍ତି ଦିଲ୍ଲୀର ପଟିଆଲା ହାଉସ କୋର୍ଟ । ଅଭୁଯୁକ୍ତ ମାନଙ୍କ ମଧ୍ୟରୁ କଟକରୁ ଗିରଫ ହୋଇଥିବା ମହମ୍ମଦ ଅବଦୁର ରେହମାନ ମଧ୍ୟ ସାମିଲ ରହିଛି ।

ପ୍ରତ୍ୟକ ଦୋଷୀକୁ ୭ ବର୍ଷ ୫ ମାସ ପାଇଁ ଜେଲ୍

ଦୋଷୀ ସାବ୍ୟସ୍ତ ହୋଇଥିବା ଅଭୁଯୁକ୍ତ ମାନେ ହେଲେ ଅବଦୁର ରେହମାନ, ମହମ୍ମଦ ଆସିଫ, ଜାଫର ମାସୁଦ ଏବଂ ଅବଦୁଲ ସାମି । ଯେଉଁ ମାନଙ୍କୁ ଧାରା ୧୮ ଏବଂ ୧୮-ବିରେ ଦୋଷୀ ସାବ୍ୟସ୍ତ କରାଯାଇଛି । ପ୍ରତ୍ୟେକ ଦୋଷୀକୁ ୭ ବର୍ଷ ୫ ମାସ ପାଇଁ ଜେଲ୍ ସହ ୨୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଦଣ୍ତାଦେଶ ହୋଇଛି ।

୨୦୧୫ର ଡିସେମ୍ବର ମାସରେ ଅବଦୁରକୁ ଗିରଫ କରାଯାଇଥିଲା

ସୂଚନାଥାଉ ଯେ, ଆତଙ୍କବାଦ କାର୍ଯ୍ୟକଳାପ ପ୍ରଚାରପ୍ରସାର କରିବା ଅଭିଯୋଗରେ କଟକ ଜଗତପୁରର ପଶ୍ଚିମକଚ୍ଛ ଗାଁରୁ ୨୦୧୫ର ଡିସେମ୍ବର ମାସରେ ଅବଦୁରକୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ । ଅବଦୁର ଅଲକାଏଦା ଇଣ୍ତିଆନ୍ ସବକଣ୍ଟିନେଣ୍ଟର ସଦସ୍ୟ ବୋଲି ପ୍ରମାଣ ମଧ୍ୟ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+