Get Updates
Get notified of breaking news, exclusive insights, and must-see stories!

ମାଡ଼ି ଚାଲିଛି ଆଖିଧର ରୋଗ: ଜାଣନ୍ତୁ, କେମିତି କରିବେ ଏହାର ପ୍ରତିକାର ?

ଭୁବନେଶ୍ୱର: ସାରା ରାଜ୍ୟରେ ଏବେ ଆଖିଧରା ରୋଗ ବ୍ୟାପିବାରେ ଲାଗିଛି । ସ୍ଥିତି ଏପରି ଯେ ଯାହାକୁ ଦେଖିବ ତାର ଆଖି ନାଲି । କ୍ୟାପିଟାଲ ହସ୍ପିଟାଲରେ ପ୍ରତିଦିନ ୬୦ରୁ ଅଧିକ ଆଖିଧରା ରୋଗୀ ଚିକିତ୍ସା ପାଇଁ ଆସୁଥିବାର ସୂଚନା ରହିଛି ।

ଏହି ଆଖିଧରା ସଂକ୍ରମଣରେ ଛୋଟ ଛୁଆ ମଧ୍ୟ ସାମିଲ ହୋଇଥିବା ସୂଚନା ରହିଛି । ତେବେ ଆଖିଧରା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବଜାରରେ ହଠାତ ଆଣ୍ଟିବାୟୋଟିକ ଆଇ ଡ୍ରପ, କଳା ଚଷମାର ଚାହିଦା ବୃଦ୍ଧି ପାଇଛି ।

Conjunctivitis Eye Disease

ଆଡେନୋ ଭାଇରସ ନାମକ ଏକ ଭୂତାଣୁ ଏହି ରୋଗର କାରଣ । ପ୍ରଥମେ ଆଖି କୁଣ୍ଡେଇ ହେବା ସହ ଆଖି ଲାଲ ପଡ଼ିଯାଏ । ଏହାପରେ ଆଖି ଫୁଲିଯାଏ । ବିଶେଷଜ୍ଞଙ୍କ ମତରେ ଏହା ଏକ ସଂକ୍ରାମକ ରୋଗ । ତେଣୁ ଏଥିପାଇଁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବା ନିତ୍ୟାନ୍ତ ଆବଶ୍ୟକ ।

ଆଖିଧରା ଲକ୍ଷଣ:

  • ଆଖି ଲାଲ ପଢ଼ିବା, କୁଣ୍ଡେଇ ହେବା, ଖୁଞ୍ଚି ଖୁଞ୍ଚି ହେବା, ଆଖିପତା ଫୁଲିଯିବା, ଦେଖି ନ ପାରିବା ଓ ଅତ୍ୟଧିକ ଲୁହ ବୋହିବା, ଲେଞ୍ଜେରା ଜମିବା, ଆଖିପତା ଲାଗିଯିବା ଓ ଆଖିରେ ଯନ୍ତ୍ରଣା ଅନୁଭବ କରିବା ।
  • ଏହା ସହିତ ଜ୍ବର ହେବା ଓ ମୁଣ୍ଡ ବିନ୍ଧିବା ମଧ୍ୟ ଦେଖାଦିଏ ।
  • ମହିଳା ଓ ଶିଶୁମାନଙ୍କ କ୍ଷେତ୍ରରେ ଏହି ରୋଗ ସାଧାରଣତଃ ଅଧିକମାତ୍ରାରେ ଦେଖାଯାଏ ।

କେମିତି ବ୍ୟାପେ ସଂକ୍ରଣ

  • ଏହିରୋଗ ଲୁହ ବା ତା ସଂସ୍ପର୍ଶରେ ଆସିଥିବା ଆଙ୍ଗୁଠି, ରୁମାଲ, ସାବୁନ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଉପକରଣ ମାଧ୍ୟମରେ ସଂକ୍ରମିତ ହୋଇଥାଏ ।
  • ଜନଗହଳିପୂର୍ଣ୍ଣ ସ୍ଥାନ ଯଥା, ବିଦ୍ୟାଳୟ, ଡାକ୍ତରଖାନା, ବଜାରହାଟ ଆଦି ସ୍ଥାନରେ ଏହା ବ୍ୟାପିବାର ସମ୍ଭାବନା ଅଧିକ ।
  • ଏହା ବ୍ୟତୀତ ଏହି ରୋଗର ଭୂତାଣୁ କଫ ବା ଛିଙ୍କରେ ନିର୍ଗତ ବାୟୁ ମାଧ୍ୟମରେ ବ୍ୟାପିଥାଏ ।
  • ଜଣେ ବ୍ୟକ୍ତି ଆଖି ଧରାରେ ପୀଡ଼ିତ ହେଲେ ଏହା ଏକ ସପ୍ତାହରୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଲାଗିରହେ ।
  • ଆ​‌ଡେନୋ ଭାଇରସ୍‌ ଛଡ଼ା ଅନ୍ୟ ଭୂତାଣୁ ଓ କିଛି ଜୀବାଣୁ ଦ୍ବାରା ମଧ୍ୟ କଞ୍ଜକ୍ଟି ଭାଇଟିସ (ଆଖିଧରା) ହୋଇଥାଏ ।

ଆଖିଧରା ପ୍ରତିକାର

  • ଆକ୍ରାନ୍ତ ବ୍ୟକ୍ତିଙ୍କ ରୁମାଲ୍, ତଉଲିଆ, ତକିଆ ବ୍ୟବହାର କରୁନ୍ତୁ ନାହିଁ
  • ଆକ୍ରାନ୍ତ ବ୍ୟକ୍ତି ବ୍ୟବହାର କରିଥିବା ଆଇ-ଡ୍ରପ୍ ଅନ୍ୟମାନେ ବ୍ୟବହାର କରନ୍ତୁ ନାହିଁ
  • ନିଜର ଚଷମା ନିୟମିତ ସଫା କରନ୍ତୁ
  • ସୁଇମିଂ ପୁଲ, ପୋଖରୀ ଆଦିରେ ମୁହଁ ବୁଡାନ୍ତୁ ନାହିଁ
  • କଣ୍ଟାକ୍ଟ ଲେନ୍ସ ବ୍ୟବହାରକାରୀ ନିଜର ଚକ୍ଷୁ ଚିକିତ୍ସକଙ୍କ ସହ ପରାମର୍ଶ କରି ସାବଧାନତା ଅବଲମ୍ବନ କରନ୍ତୁ
  • ଆଖିରେ କୌଣସି ପ୍ରସାଧନ ସାମଗ୍ରୀ ବ୍ୟବହାର କରନ୍ତୁ ନାହିଁ
  • ଆଖି ଧରିଲେ ପରିଷ୍କାର କପଡ଼ା ଉଷୁମପାଣିର ପକାଇ ଆଖିକୁ ପୋଛନ୍ତୁ
  • ଆଖି ପୋଛା କପଡ଼ାକୁ ଗରମ ପାଣିରେ ଭିଜାଇବା ପରେ ନଷ୍ଟ କରିଦିଅନ୍ତୁ
  • ଡାକ୍ତରଙ୍କ ବିନା ପରାମର୍ଶରେ କୌଣସି ଆଖି ଔଷଧ ବ୍ୟବହାର କରନ୍ତୁ ନାହିଁ
  • ଆବଶ୍ୟକ ହେଲେ ନିକଟସ୍ଥ ଡାକ୍ତରଖାନାକୁ ଯାଇ ଡାକ୍ତରଙ୍କ ପରାପର୍ଶ ନିଅନ୍ତୁ
More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+