Get Updates
Get notified of breaking news, exclusive insights, and must-see stories!

ଜନ୍ମମାଟି କନ୍ଧମାଳକୁ ଫେରିଯିବ ଜଗା !

ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗାକୁ ନିଜ ଜନ୍ମମାଟିକୁ ଫେରାଇ ନେବାକୁ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। କଟକ SCB ମେଡିକାଲରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଫେରିଯିବ ଜଗା ।

କଟକ: ଜଗାର ହେବ ଘର ବାହୁଡା । ନିଜ ଜନ୍ମମାଟି କନ୍ଧମାଳକୁ ଫେରିଯିବ ଜଗା । ଜଗାର ଘରବାହୁଡାକୁ ନେଇ ପ୍ରସ୍ତୁତି ଚାଲିଛି । ବହୁ ଚର୍ଚ୍ଚିତ ଯୋଡାମୁଣ୍ଡ ଶିଶୁ ଜଗାକୁ ନିଜ ଜନ୍ମମାଟିକୁ ଫେରାଇ ନେବାକୁ କନ୍ଧମାଳ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି। କଟକ SCB ମେଡିକାଲରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଫେରିଯିବ ଜଗା । ତେବେ ଏଥିପାଇଁ ଏସସିବି ଆସିଛନ୍ତି ଫୁଲବାଣୀ ମେଡିକାଲର 3 ଜଣିଆ ଟିମ୍ ।

 Jaga

ଏହି ତିନିଜଣିଆ ଟିମ୍‌ରେ ଶିଶୁରୋଗ ବିଶେଷଜ୍ଞ, ଶଲ୍ୟରୋଗ ବିଶେଷଜ୍ଞଙ୍କ ସମେତ ଜଣେ ଫାର୍ମାସିଷ୍ଟ କଟକ ଏସସିବି ମେଡିକାଲରେ ପହଞ୍ଚିଛନ୍ତି । କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଯେ, ତିନିଜଣିଆ ଟିମ୍ ଜଗାର ସ୍ବାସ୍ଥ୍ୟବସ୍ଥା ଓ ଫୁଲବାଣୀକୁ ଫେରିଲେ ତାର ଚିକିତ୍ସା ବ୍ୟବସ୍ଥା କିପରି କରାଯିବ ସେ ନେଇ ବିସ୍ତୃତ ଭାବରେ ଏସସିବି ମେଡିକାଲ କର୍ତ୍ତୃପକ୍ଷଙ୍କୁ ସହ କଥା ହେବା ପରେ, ଜଗା କେବେ ଫେରିବ ସେ ନେଇ ନିଷ୍ପତ୍ତି ନିଆଯିବ ।

ସୂଚନାଯୋଗ୍ୟ ଦିଲ୍ଲୀ ଏମ୍ସରୁ ଆସି କଟକ SCBରେ ଚିକିତ୍ସାଧୀନ ଅବସ୍ଥାରେ ଗତ ବର୍ଷ ନଭେମ୍ବର ୨୫ ତାରିଖରେ କାଳିଆ ଆଖି ବୁଜିଥିଲା । ୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲୁପଡ଼ା ଗାଁର ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଦିଲ୍ଲୀ ଏମ୍‌ସରେ ଅସ୍ତ୍ରୋପଚାର ପାଇଁ ଭର୍ତ୍ତି କରାଯାଇଥିଲା। ଅପରେଶନ ପାଇଁ ଗଠନ କରାଯାଇଥିଲା ଅଭିଜ୍ଞ ଡାକ୍ତରୀ ଟିମ୍। ଅନେକ କଠିନ ପରିଶ୍ରମ ପରେ ଯୋଡ଼ାମୁଣ୍ଡ ଭାଇଙ୍କର ସଫଳ ଅସ୍ତ୍ରୋପଚାର ହୋଇଥିଲା। ଏହାପରେ ଦିଲ୍ଲୀରେ କିଛି ସମୟ ରହିବା ପରେ ୨୦୧୯ ସେପ୍ଟେମ୍ବର ୭ ତାରିଖରେ ଓଡ଼ିଶା ଫେରିଥିଲେ ଜଗା-କାଳିଆ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+