ରାଜଧାନୀରେ କଂଗ୍ରେସର ବିରାଟ ପଦଯାତ୍ରା
Odisha News: ବିଧାନସଭା ଘେରାଉ ପାଇଁ କଂଗ୍ରେସ ପଦଯାତ୍ରା ଆରମ୍ଭ ହୋଇଯାଇଛି । ରାମମନ୍ଦିର ଛକରୁ ବାହାରିଲା କଂଗ୍ରେସର ପଦଯାତ୍ରା । ଶହ ଶହ କଂଗ୍ରେସ କର୍ମୀ ଶୋଭାଯାତ୍ରାରେ ଯୋଗ ଦେଇଛନ୍ତି । ନାରୀ ନିର୍ଯାତନା ପ୍ରତିବାଦରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରୁଛି । ମହିଳା ମାନେ ଏହି ରାଲିର ନେତୃତ୍ୱ ନେଇଛନ୍ତି ।
ଗତକାଲି ବିଧାନସଭା ସମ୍ମୁଖରେ କଂଗ୍ରେସ ନେତାଙ୍କର ପ୍ରତିବାଦ ଦେଖିବା ପାଇଁ ମିଳିଥିବା ପରେ ବିଜେଡି ମଧ୍ୟ କଂଗ୍ରେସ ସହ ଯୋଗ ଦେଇଥିଲା । ଦୁଇ ଦଳର ନେତା ଓ ବିଧାୟକ ମିଶି ବିଧାନସଭା ଭିତରକୁ ପ୍ରବେଶ କରିବା ପାଇଁ ଉଦ୍ୟମ କରିଥିଲେ ଏହି ସମୟରେ ପୋଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ । ଅନେକ ବିଧାୟକଙ୍କୁ ପୋଲିସ ଉଠାଇ ମଧ୍ୟ ନେଇଥିଲା ।

ସେହିପିର ଆଜି ପ୍ରଶ୍ନକାଳ ଆରମ୍ଭ ହେବା ପୂର୍ବରୁ ବିଧାନସଭାରେ ଗଙ୍ଗାଜଳ ଛିଞ୍ଚିଲା ବିଜେଡି । ଗଙ୍ଗାଜଳ ଛିଞ୍ଚି ବିଧାନସଭାକୁ ପବିତ୍ର କରିଛି ବିଜେଡି । ଦାବି କରାଯାଉଛି ଯେ ପ୍ରଥମ ଥର ପୋଲିସ ବିଧାନସଭା ଭିତରକୁ ପ୍ରବେଶ ଏବଂ ବିଧାୟକଙ୍କ ଉପରକୁ ଆକ୍ରମଣ କରିଛି ଯେଉଁଥି ପାଇଁ ଆଜି ବିଧାନସଭାରେ ପଶିବା ପୂର୍ବରୁ ବିଧାନସଭା ଚାରିପଟେ ବିଜେଡି ମାଟି କଳସରେ ଗଙ୍ଗା ଜଳ ଧରି ଆମ୍ବଡାଳରେ ସିଞ୍ଚନ କରୁଥିବା ଦୃଶ୍ୟ ଦେଖିବା ପାଇଁ ମିଳିଥିଲା ।












Click it and Unblock the Notifications