Get Updates
Get notified of breaking news, exclusive insights, and must-see stories!

ମୁହଁରେ ତାଲା ପକାଇ ପ୍ରତିବାଦ କଲା କଂଗ୍ରେସ

Congress

ନୂଆଦିଲ୍ଲୀ:ରାହୁଲ ଗାନ୍ଧୀଙ୍କ ସଂସଦୀୟ ସଦସ୍ୟତା ରଦ୍ଦ ହେବା ପରେ କଂଗ୍ରେସ କର୍ମୀମାନେ ଶନିବାର ଦିନ କଳା ଦିବସ ପାଳିବା ସହ ମୁହଁରେ ତାଲା ପକାଇ ଦେଶର ଅନେକ ସ୍ଥାନରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ବିଜେପି ନିଜ ଷଡଯନ୍ତ୍ରରେ କେବେ ସଫଳ ହୋଇପାରିବ ନାହିଁ ବୋଲି କହିଛି କଂଗ୍ରେସ ।

ସେପଟେ କଂଗ୍ରେସର ଏହି ପ୍ରତିବାଦକୁ ସମାଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀ ସେହି ସମୟରେ ତାଙ୍କ ମୁହରେ ଲଗାମ ଲଗାଇବା ଉଚିତ୍ ଥିଲା, ଯେତେବେଳେ ସେ ଏ ପରି ବିବାଦିୟ ବିବୃତ୍ତି ଦେଇଥିଲେ, ଯେଉଁଥିପାଇଁ ତାଙ୍କୁ ଦଣ୍ତ ମିଳିବା ସହ ସଂସଦୀୟ ସଦସ୍ୟତା ରଦ୍ଦ ହୋଇଛି ।

ମଧ୍ୟପ୍ରଦେଶ କଂଗ୍ରେସ ନେତା ଭୁପେନ୍ଦ୍ର ଗୁପ୍ତା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ଗଣତନ୍ତ୍ରର ହତ୍ୟା କରିବା ସହ ବିରୋଧିଙ୍କ ମୁହଁ ବନ୍ଦ କରିବା ପାଇଁ ଚାହୁଁଛି । ଏହି ପ୍ରଦର୍ଶନ ସମୟରେ ପୋଲିସ ଖଣ୍ଡୱା ଜିଲ୍ଲାର ୨୦ ଜଣ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି । କଂଗ୍ରେସ କର୍ମୀମାନେ ବିଜେପି କାର୍ଯ୍ୟାଳୟ ବାହାରେ ବିରୋଧ କରିବାକୁ ଚେଷ୍ଟା କରୁଥିଲେ।

ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ଭିଡିଓ ସେୟାର କରି କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି, କଂଗ୍ରେସ କର୍ମୀମାନେ ମୁହଁ ବନ୍ଦ କରି ବିରୋଧ କରୁଛନ୍ତି ହେଲେ ଯେତେବେଳେ ରାହୁଲ ଗାନ୍ଧୀ ମୋଦୀ ସମ୍ପ୍ରଦାୟ ବିରୋଧରେ କଥା କହୁଥିଲେ ସେତେବେଳେ କ'ଣ ପାଇଁ ତାଙ୍କ ମୁହଁରେ ତାଲା ପକା ଗଲା ନାହିଁ । ଏକ ପଛୁଆ ସମ୍ପ୍ରଦାୟରେ ଜନ୍ମ ହେବା କ'ଣ ପାପ କି? ଆଜି ଦେଶ ପାଇଁ କଂଗ୍ରେସ ଏକ ସମସ୍ୟା ପାଲଟିସାରିଛି ଏବଂ ରାହୁଲ ଗାନ୍ଧୀ ସମସ୍ୟା ସୃଷ୍ଟି କରୁଛନ୍ତି ।

'ମୋଦୀ ସରନେମ୍' ବିବାଦରେ ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟ ଦୁଇ ବର୍ଷ ଦଣ୍ଡିତ କରିବା ପରେ ସେ ଲୋକସଭାର ସଦସ୍ୟତା ହରାଇଛନ୍ତି । ଯାହାକୁ ବିରୋଧ କରି କଂଗ୍ରେସ କର୍ମୀମାନେ ରାସ୍ତାକୁ ଓହ୍ଲାଇଛନ୍ତି । ଶନିବାର ରାହୁଲଙ୍କ ସମର୍ଥନରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ହୋଇଥିବାବେଳେ ରବିବାର ମଧ୍ୟ କଂଗ୍ରେସ କର୍ମୀମାନେ ବିରୋଧ ପ୍ରଦର୍ଶନ କରିଛନ୍ତି । ଆଜି ମଧ୍ୟ ଦେଶବ୍ୟାପୀ ଆନ୍ଦୋଳନ କରୁଛି କଂଗ୍ରେସ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+