ବିଧାନସଭା ସାମ୍ନାରେ ସିପିଙ୍କ କଲର ଧରିଲେ କଂଗ୍ରେସ କର୍ମୀ
ବିଧାନସଭାରୁ ନିଲମ୍ବିତ ହୋଇଛି କଂଗ୍ରେସ । କଂଗ୍ରେସର ୧୪ରୁ ୧୪ ବିଧାୟକ ବିଧାନସଭାରୁ ନିଲମ୍ବିତ ହୋଇଛନ୍ତି । ଗତକାଲି ୧୨ ବିଧାୟକଙ୍କ ପରେ, ଆଜି ଆଉ ବାକି ୨ ବିଧାୟକଙ୍କୁ ସସପେଣ୍ଡ କରିଛନ୍ତି ବାଚସ୍ପତି । ଆଜି ବିଧାନସଭାରେ ତାରା ବାହିନୀପତି ଏବଂ ରମେଶ ଜେନାଙ୍କ ନାଁ ନେଇ ବାଚସ୍ପତି କହିଥିଲେ ଯେ, ଗୃହରେ ବିଶୃଙ୍ଖଳା ସୃଷ୍ଟି କରିବା ସହ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଓ ବାଚସ୍ପତିଙ୍କ ଆସନକୁ ଏହି ଦୁଇ ବିଧାୟକ ଅବମାନନା କରୁଛନ୍ତି । ତେଣୁ ଏହି ଦୁଇ ବିଧାୟକଙ୍କୁ ନିଲମ୍ବନ କରିଥିବା ନେଇ ବାଚସ୍ପତି ସୂଚନା ଦେଇଛନ୍ତି ।

ଏହାରି ଭିତରେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ତୁମୁଳକାଣ୍ଡ ଦେଖିବାକୁ ମିଳିଛି। ବିଧାନସଭା ସାମ୍ନାରେ ଅତିରିକ୍ତ ସିପିଙ୍କୁ କଂଗ୍ରେସ କର୍ମୀଙ୍କ ଆକ୍ରମଣ। ଅତିରିକ୍ତ ପୋଲିସ କମିଶନର ନରସିଂହ ଭୋଳଙ୍କୁ ଆକ୍ରମଣ କରିଛି କଂଗ୍ରେସ। ସିପିଙ୍କ କଲର ଭିଡ଼ି ଧରି ମୁଣ୍ଡରୁ ଟୋପି ଖସାଇ ଦେଲେ କଂଗ୍ରେସ କର୍ମୀ। ବ୍ୟାରିକେଡ଼ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ ବେଳେ ଅଟକାଇଥିଲା ପୋଲିସ। କଂଗ୍ରେସ କର୍ମୀଙ୍କୁ ବୁଝାଇବାକୁ ଉଦ୍ୟମ କରିଥିଲେ ଅତିରିକ୍ତ ସିପି ନରସିଂହ ଭୋଳ। ବିଧାୟକ ରମେଶ ଜେନା ଧସେଇ ପଶିବାକୁ ଉଦ୍ୟମ ବେଳେ ତାଙ୍କୁ ବୁଝାଇଥିଲେ। ଏତିକି ବେଳେ ଜଣେ କଂଗ୍ରେସ କର୍ମୀ ନରସିଂହଙ୍କ କଲର ଭିଡି ଧରିଥିଲେ। କଲର ଭିଡ଼ି ଧରିବା ସହ ମୁଣ୍ଡରୁ ଟୋପି ଖସାଇ ଦେଇଥିଲେ ସଂପୃକ୍ତ କର୍ମୀ।
ସସପେଣ୍ଡ ପରେ ତାରାଙ୍କ ପରେ କଂଗ୍ରେସ ନେତା ସୁର ରାଉତରା। ସେ କହିଛନ୍ତି, କାଲି ସରକାରଙ୍କୁ ବିରାଟ ଟ୍ରେଲର ଦେଖାଇବୁ। ଲକ୍ଷେ ଲୋକ ଆସୁଛନ୍ତି। ଗତକାଲି ଭଳି କଳା ଦିବସ ଓଡ଼ିଶା ରାଜନୀତିରେ କେବେ ଦେଖାଯା ନ ଥିଲା। କଂଗ୍ରେସ ବିଧାୟକଙ୍କୁ ବାଡେଇବା, ନେତାଙ୍କୁ ତଣ୍ଟିଆ ଦେଇ ମାଷ୍ଟରକ୍ୟାଣ୍ଟିନରେ ଛାଡିବା କଳଙ୍କିତ ଅଧ୍ୟାୟ। ପୋଲିସ, ଡିଜି ଓ ଅଫିସର ଟେକିଆଣି ଏମିତି ବ୍ୟବହାର କରିଛନ୍ତି। ଏହାର ପ୍ରତିବାଦରେ କାଲି ଲକ୍ଷେ ଲୋକ ଆସି ପହଞ୍ଚିବେ। ଗୁରୁବାର ବିଧାନସଭା ତାଲା ପକେଇବୁ।












Click it and Unblock the Notifications