Get Updates
Get notified of breaking news, exclusive insights, and must-see stories!

୨୯ରେ ରାଜ୍ୟ ସାରା ଆନ୍ଦୋଳନ କରିବ କଂଗ୍ରେସ, ରାଜ୍ୟଵ୍ୟାପୀ ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପଡ଼ିବ : ଭକ୍ତ

ଓଇଆରସି ନିର୍ଦ୍ଦେଶରେ ଟାଟା ପାୱାର ଆଡିଶନାଲ ସିକ୍ୟୁରିଟି ଡିପୋଜିଟ ମନି ସଂଗ୍ରହ କରୁଛି ବୋଲି କଂଗ୍ରେସ ସାମ୍ବାଦିକ ସମ୍ମିଳନୀରେ କହିଛି । ଓଇଆରସି ବରିଷ୍ଠ ପଦାଧିକାରୀଙ୍କ ସହ ଆଜି କଂଗ୍ରେସ ସଭାପତି ଭକ୍ତ ଦାସ, ଶ୍ରୀକାନ୍ତ ଜେନା, ପ୍ରସାଦ ହରିଚନ୍ଦନ ଓ ପଞ୍ଚାନନ କାନୁନଗୋଙ୍କ ଆଲୋଚନା କରିବା ପରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି । ଆଡିଶନାଲ ସିକ୍ୟୁରିଟି ଡିପୋଜିଟ ମନି ସଂଗ୍ରହକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ।

ସିକ୍ୟୁରିଟି ଡିପୋଜିଟ ମନି ସଂଗ୍ରହ ଆଦାୟ ବନ୍ଦ, ସ୍ମାର୍ଟ ମିଟର ପାଇଁ ଆଦାୟ ହେଉଥିବା ଟଙ୍କା ଆଦାୟ ବନ୍ଦ ଓ ମାଗଣା ବିଜୁଳି ବଣ୍ଟନ କରିବାକୁ ସେ ଦାବି କରିଛନ୍ତି। ବାହାର ରାଜ୍ୟରେ ଚାଷୀଙ୍କୁ ମାଗଣା ବିଜୁଳି ଦିଆଯାଇଛି। କିନ୍ତୁ ଓଡ଼ିଶାରେ କାହିଁକି ଦେଉ ନାହାଁନ୍ତି । ରାଜ୍ୟରେ କୋଟିଏ ୨୫ଲକ୍ଷ ଲୋକଙ୍କ ଦୁଃଖ ଦୂର କରିପାରିବେ ସରକାର।

ଶିଳ୍ପପତିଙ୍କୁ ସବସିଡି ଦିଆଯାଇଛି କିନ୍ତୁ କୃଷି ଭିତ୍ତିକ ଶିଳ୍ପ, ହ୍ୟଣ୍ଡଲୁମ୍ ଶିଳ୍ପ, କୁଟୀର ଶିଳ୍ପକୁ ପ୍ରୋତ୍ସାହନ ଦେଉ ନାହାଁନ୍ତି ସରକାର ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ ଦାସ । ଯଦି ମାଗଣାରେ ବିଜୁଳି ପ୍ରଦାନ କରାଯାଇ ନାହିଁ ତେବେ ଅଧିକ କୋଇଲା କାହିଁକି ଉତ୍ପାଦନ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ ।

bhakta das

ସରକାର ଦାବି ପୁରଣ ନ କଲେ ୨୯ତାରିଖରେ ପ୍ରତି ବ୍ଲକ, ଜିଲ୍ଲାରେ କଂଗ୍ରେସ ଦୁର୍ବାର ଆନ୍ଦୋଳନ କରିବ ବୋଲି କହିଛନ୍ତି ଭକ୍ତ ଦାସ। କଂଗ୍ରେସ ଦାବି କରିଛି ପଞ୍ଜାବ, ଦିଲ୍ଲୀ ଭଳି ଓଡ଼ିଶାରେ ମଧ୍ୟ ୩ଶହ ୟୁନିଟ ବିଜୁଳି ମାଗଣାରେ ରାଜ୍ୟ ସରକାର ପ୍ରଦାନ କରନ୍ତୁ । ବିଜେପି ନିର୍ବାଚନ ପୂର୍ବରୁ ୩ଶହ ୟୁନିଟ ବିଜୁଳି ମାଗଣା ଦେବା ପାଇଁ ରାଜ୍ୟବାସୀଙ୍କୁ କହିଥିଲା ତେଣୁ ଏବେ ମାଗଣା ବିଜୁଳି ଦେଉ। କୃଷି କ୍ଷେତ୍ରରେ ମଧ୍ୟ ବିଜୁଳି ମାଗଣା କରାଯାଉ। ଓଡ଼ିଶାରେ କୋଇଲା ଉତ୍ପାଦନ ହେଉଛି । ବିଜୁଳି ଉତ୍ପାଦନ ବି ଓଡ଼ିଶାରେ ହେଉଛି । ତେଣୁ ଅସୁବିଧା କେଉଁଠି ଅଛି ବୋଲି କଂଗ୍ରେସ ପ୍ରଶ୍ନ କରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+