ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକ ପାଳନ କରିବ କଂଗ୍ରେସ
ଜାତିରପିତା ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକ ପୂର୍ତି ଓ ଓଡିଶା କଂଗ୍ରେସର ୧୦୦ ବର୍ଷ ପୂର୍ତି ଅବସରରେ ପୁରୀ ଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ଆସନ୍ତା ମାର୍ଚ୍ଚ ୧୩ ତାରିଖ ଦିନ ଏକ ଦିନିକିଆ ‘ସଦ୍ଭାବନା ପଦଯାତ୍ରା’ର ଆୟୋଜନ କରାଯାଉଛି ।
ଭୁବନେଶ୍ୱର: ଜାତିରପିତା ମହାତ୍ମା ଗାନ୍ଧୀଙ୍କ ଓଡିଶା ଆଗମନର ଶତବାର୍ଷିକ ପୂର୍ତି ଓ ଓଡିଶା କଂଗ୍ରେସର ୧୦୦ ବର୍ଷ ପୂର୍ତି ଅବସରରେ ପୁରୀ ଜିଲ୍ଲା କଂଗ୍ରେସ ସେବାଦଳ ପକ୍ଷରୁ ଆସନ୍ତା ମାର୍ଚ୍ଚ ୧୩ ତାରିଖ ଦିନ ଏକ ଦିନିକିଆ 'ସଦ୍ଭାବନା ପଦଯାତ୍ରା'ର ଆୟୋଜନ କରାଯାଉଛି ।

ଏହି ଅବସରରେ ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପ୍ରେସ୍ ବିବୃତିରେ କହିଛନ୍ତି ଯେ ୧୩ ତାରିଖ ଦିନ ସକାଳ ୭ ଘଟିକା ସମୟରେ ପୁରୀ ଜିଲ୍ଲା ଅନ୍ତର୍ଗତ ଗାନ୍ଧୀ ସ୍ମାରକୀ ପିଠ ତଥା ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାସଙ୍କ କର୍ମଭୂମି ବେରବୋଇ ଠାରୁ ଶୁଭାରମ୍ଭ କରାଯିବ । ଏହି ପଦଯାତ୍ରାରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ଯୋଗଦେବେ। ଏହି ଦିନ ସନ୍ଧ୍ୟାବେଳେ ପଦଯାତ୍ରା ଦାଣ୍ଡମୁକୁନ୍ଦପୁର ଠାରେ ପହଂଚିବା ପରେ ଏକ ସାଧାରଣ ସଭା ହୋଇ ପଦଯାତ୍ରା ସମାପ୍ତ ହେବ ।
ଏହି ପଦଯାତ୍ରା ଏବଂ ସାଧାରଣ ସଭା କାର୍ଯ୍ୟକ୍ରମରେ ଗାନ୍ଧିପ୍ରେମୀ, ଗୋପବନ୍ଧୁ ପ୍ରେମୀ ଓ କଂଗ୍ରେସ ପ୍ରେମୀ ଜନସାଧାରଣ ବହୁଳ ସଂଖ୍ୟାରେ ଯୋଗଦେଇ ସଦ୍ଭାବନା ପଦଯାତ୍ରାକୁ ସଫଳ କରିବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିବେଦନ କରିଛନ୍ତି । ମହାତ୍ମା ଗାନ୍ଧୀ ଓଡ଼ିଶାର ଯେଉଁ ଯେଉଁ ସ୍ଥାନକୁ ଆଗମନ କରିଛନ୍ତି ସେଠାରେ ପରବର୍ତୀ ସମୟରେ ଅନୁରୂପ ପଦଯାତ୍ରା ଅନୁଷ୍ଠିତ ହେବ ବୋଲି ପିସିସି ସଭାପତି କହିଛନ୍ତି ।












Click it and Unblock the Notifications