୨୨ରେ ଇଡି ଅଫିସ ଘେରାଉ କରିବ କଂଗ୍ରେସ, ସୂଚନା ଦେଲେ ମୋକିମ୍
୨୨ ତାରିଖ ଇଡି ଅଫିସ ଘେରାଉ କରିବ ରାଜ୍ୟ କଂଗ୍ରେସ। ସାମ୍ବାଦିକ ସମିଳନୀରେ କଂଗ୍ରେସ ନେତା ମହମ୍ମଦ ମୋକିମ ଏନେଇ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ରାହୁଲ ଗାନ୍ଧୀଙ୍କ ନିର୍ଦ୍ଦେଶ କ୍ରମେ ୨୨ ତାରିଖରେ ଦେଶର ସମସ୍ତ ଇଡି ଅଫିସ ଘେରାଉ କରାଯିବ। ଓଡ଼ିଶାରେ ମଧ୍ୟ୍ୟ କଂଗ୍ରେସ ପ୍ରବର୍ତ୍ତନ କାର୍ଯ୍ୟାଳୟ ସମୁଖରେ ବିରୋଧ ପଦର୍ଶନ କରିବ। ଦିନ ୧୧ଟାରୁ ଏହି ଆନ୍ଦୋଳନ ଆରମ୍ଭ ହେବ।
ତଦନ୍ତକାରୀ ସଂସ୍ଥା ଇଡି ଓ ସିବିଆଇକୁ କେନ୍ଦ୍ର ସରକାର ଯେଉଁଭଳି ଭାବରେ ବ୍ୟବହାର କରୁଛି, ତାହା ଅନୁଚିତ, ଏହାକୁ ବିରୋଧ କରି ଏହି ବିକ୍ଷୋଭ କରାଯିବ। କଂଗ୍ରେସ ଅଭିଯୋଗ କରିଛି ଯେ, ଓଡ଼ିଶାରେ ବିଜେପି ସରକାର ଚାଲିଛି. କିନ୍ତୁ ସରକାର ଯେଉଁଭଳି ଚାଲିବା କଥା, ସେଭଳି ଚାଲୁନାହିଁ। ବିଜେଡି ମଧ୍ୟ୍ୟ ବିରୋଧୀ ଦଳ ଭୂମିକା ଠିକ ଭାବରେ ନେଇପାରୁନି ବୋଲି ମୋହିମ ଅଭିଯୋଗ କରିଛନ୍ତି।












Click it and Unblock the Notifications